Below header

ଅଜିବ ରୋଗ : ବାରମ୍ବାର କାଟିବାକୁ ପଡ଼ୁଛି ଶିଶୁର ଜିଭ, ନହେଲେ ପ୍ରଶ୍ୱାସ ନେବାରେ ହେଉଛି କଷ୍ଟ

ଶରୀର ଥିଲେ ରୋଗ ଅଛି । ହେଲେ ବେଳେ ବେଳେ ଏମିତି ଅଦ୍ଭୁତ ରୋଗ ମଣିଷ ଶରୀରରେ ଦେଖାଯାଏ ଯାହାକୁ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ଏମିତି ଜଣେ ଶିଶୁ ଯାହାର ଜିଭ ଦ୍ରୁତ ଗତିରେ ବଢ଼ୁଛି । ଡାକ୍ତରମାନେ ମଧ୍ୟ ଏପରି ରୋଗର କାରଣ ଖୋଜି ପାଉନାହାଁନ୍ତି । ଫଳରେ ଶିଶୁର ଜିଭଟିକୁ ଅପରେସନ ଜରିଆରେ କାଟିବାକୁ ପଡ଼ୁଛି । ନଚେତ୍‌ ଶିଶୁଟିର ଜିଭ ବଢ଼ିବା ଯୋଗୁ ସେ ନିଶ୍ୱାସ ନେଇ ପାରୁନାହାଁନ୍ତି । ଯାହାକି ତା’ର ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ।

ମେଡିକାଲ୍‌ ସାଇନ୍ସ ଅନୁଯାୟୀ, ସାଧାରଣତଃ ୦.୦୨ % ଲୋକଙ୍କ ଠାରେ ଜିଭ ସାମାନ୍ୟ ଅଂଶରେ ବଢ଼ିଥାଏ । ହେଲେ ଯଦି ଏହି ଜିଭ ଲଗାତାର ବଢ଼େ, ତାହା ବ୍ୟକ୍ତି ପାଇଁ ଜୀବନ ମରଣ ସମସ୍ୟା ସୃଷ୍ଟି କରିଥାଏ । ଏଭଳି ଏକ ରୋଗ ଦେଖାଯାଇଛି ଆମେରିକାର ଏକ ଶିଶୁ ଓବେନ୍‌ ଥୋମସ୍‌ଙ୍କ ଠାରେ । ଥୋମସ୍‌ଙ୍କର ଜିଭ ନିୟମିତ ଭାବେ ବଢ଼ିବାରେ ଲାଗିଛି । ଫଳରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଯେଉଁଥି ପାଇଁ ତାଙ୍କର ଜିଭ ଏକ ନିୟମିତ ବ୍ୟବଧାନରେ କାଟିବାକୁ ପଡ଼ୁଛି । ନିକଟରେ ତାଙ୍କର ବଢ଼ିଥିବା ୨ ଇଞ୍ଚ ଜିଭ କଟାଯାଇଛି ।

ଥୋମାସ୍‌ଙ୍କ ମା’ କୁହନ୍ତି- ‘ଯେତେବେଳେ ସେ ଜନ୍ମ ହୋଇଥିଲେ ଡାକ୍ତରଙ୍କୁ ମୁଁ ତା’ର ଅଦ୍ଭୁତ ଜିଭ ସମ୍ପର୍କରେ ପଚାରିଥିଲି । ହେଲେ ଡାକ୍ତର ସେତେବେଳେ ଏହାକୁ ସେତେଟା ଗୁରୁତର ସହ ନେଇନଥିଲେ । ମାତ୍ର ପରେ ଯେତେବେଳେ ଥୋମାସ୍‌ ଜିଭ ବଢ଼ିବା ଯୋଗୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ସେତେବେଳେ ତାଙ୍କର ଅପରେସନ ଛଡ଼ା ଅନ୍ୟ ଉପାୟ ନଥିଲା । ’ ଏବେ ଏହି ଅସୁବିଧା ପାଇଁ ଥୋମାସ୍‌ଙ୍କୁ ପ୍ରତି ୩ ମାସରେ ଚେକ୍‌ ଅପ୍‌ କରିବାକୁ ପଡ଼ୁଛି ବୋଲି ତାଙ୍କର ମା’ କୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.