ଏହି ସବୁ ଜିନିଷ ଖାଇଲେ ଶୀଘ୍ର ବଢ଼ିଥାଏ ଉଚ୍ଚତା, ପିଲାଙ୍କୁ ନିହାତି ଭାବେ ଖୁଆନ୍ତୁ ଅଣ୍ଡା

ସବୁ ମାଆ, ବାପା ନିଜ ପିଲାମାନଙ୍କର ଉଚ୍ଚତାକୁ ନେଇ ବହୁତ ଚିନ୍ତାରେ ରହିଥାଆନ୍ତି। ସେମାନେ ଚାହାନ୍ତି କି, ସେମାନଙ୍କ ପିଲାଙ୍କ ଉଚ୍ଚତା ଠିକ୍‌ଠାକ୍‌ ରହୁ। ଏକ ଭଲ ଉଚ୍ଚତା‌ ବଢ଼ିଆ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ। ଯଦି ଆପଣ ବି ଭାବୁଥାଆନ୍ତି କି, ହାଇଟ୍‌ କେମିତି ବଢ଼ିବ, ତା’ହେଲେ ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଖାଦ୍ୟ ଜିନିଷ ବିଷୟରେ କହିବୁ, ଯଦ୍ଦ୍ଵାରା ଉଚ୍ଚତା ବଢ଼ିପାରିବ।

୧. ଯଦି ଆପଣ ନିଜ ଉଚ୍ଚତା ବଢ଼ାଇବାକୁ ଚାହୁଁଛନ୍ତି, ତା’ହେଲେ ବ୍ଲୁବେରୀ, ଷ୍ଟ୍ରବେରୀ, ବ୍ଲାକ୍‌ବେରୀ ଆଦି ଖାଇପାରିବେ।

୨. ଆପଣ ପାଳଙ୍ଗ, ବନ୍ଧାକୋବି ଭଳି ସବୁଜ ପତ୍ର ଥିବା ପରିବା ଅଧିକ ମାତ୍ରାରେ ସେବନ କଲେ ଉଚ୍ଚତା ବଢ଼ିପାରିବ। କାରଣ, ଏ ସବୁଥିରେ ଭିଟାମିନ୍‌-ସି ମହଜୁଦ୍‌ ରହିଛି, ଯାହା ଉଚ୍ଚତା ବଢ଼ାଇବାରେ ସାହାଯ୍ୟ କରିଥାଏ।

୩. ଯଦି ଆପଣ ନନ୍‌ଭେଜ ଖାଇବାକୁ ପସନ୍ଦ କରନ୍ତି, ତା’ହେଲେ ଡାଏଟ୍‌ରେ ନିଶ୍ଚିତ ଅଣ୍ଡା ସାମିଲ କରନ୍ତୁ। କାରଣ, ଏଥିରୁ ଭରପୂର ପ୍ରୋଟିନ୍‌ ମିଳିବ। ପିଲାମାନେ ଯଦି ଅଣ୍ଡା ଖାଇବେ, ତ ଏହା ଉଚ୍ଚତା ବଢ଼ାଇବାରେ ସାହାଯ୍ୟ କରିବ।

୪. ବାଦାମ ଖାଇବା ଦ୍ୱାରା ବି ପିଲାଙ୍କ ଉଚ୍ଚତା ଜଲ୍‌ଦି ବଢ଼ିଥାଏ। ଏଥିରେ ମହଜୁଦ୍‌ ଥିବା ଫାଇବର, ମାଙ୍ଗାନିଜ୍‌, ମାଗ୍ନେସିୟମ ହାଇଟ୍‌ ବଢ଼ାଇବାରେ ସାହାଯ୍ୟ କରିଥାଏ।

୫. ଶାକରକନ୍ଦା ଖାଇବାରେ ହାଇଟ୍‌ ବଢ଼ିଥାଏ। ଏଥିରେ ଥିବା ଭିଟାମିନ୍‌-ଏ ହାଇଟ୍‌ ବଢ଼ାଇବାରେ ସାହାଯ୍ୟ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.