୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ପୁଣି କାଳିଆ ଟଙ୍କ ସହାୟତା, ବ୍ୟାଙ୍କ ଖାତାକୁ ଗଲା ୨ ହଜାର ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ଫେରିଲା ପୁଣି କାଳିଆ। ୨୦୧୯ ନିର୍ବାଚନରେ ବିଜେଡି ପାଇଁ ଥିଲା କାଳିଆ ଥିଲା ଗେମ୍‌ ଚେଞ୍ଜର। କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି କ୍ଷେତ୍ରରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନେଉଛି ଏ ଯୋଜନା। କେବଳ ଚାଷୀ ନୁହଁ ଭାଗଚାଷୀ ଓ ଭୂମିହୀନ ମଧ୍ୟ ଏଥିରେ ସୁଫଳ ପାଉଛନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ୯୨ ପ୍ରତିଶତ ଚାଷୀ, ନାମମାତ୍ର ଚାଷୀ, କ୍ଷୁଦ୍ର ଚାଷୀ, ଭାଗଚାଷୀ ଓ ଭୂମିହୀନ ଉପକୃତ ହେଉଛନ୍ତି। ୨୦୧୯ ଜାନୁଆରୀରେ ପୁରୀରୁ ଆରମ୍ଭ ହୋଇଥିଲା ଏହି ଯୋଜନା।

ଚାଷୀଙ୍କୁ ୨ଟି କିସ୍ତିରେ ୧୦ହଜାର ଟଙ୍କା ମିଳୁଛିା ଭୂମିହୀନଙ୍କୁ ମିଳୁଛି ୧୨, ୫୦୦ଟଙ୍କା। କାଳିଆରେ ବୃଦ୍ଧ ଓ ଅସମର୍ଥ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା, ୫୭ ଲକ୍ଷ ଚାଷୀ ଓ ଭୂମିହୀନଙ୍କୁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏହାସହ ଫସଲ ଉତ୍ପାଦନ ପାଇଁ ୫୦ ହଜାର ଟଙ୍କା ଯାଏ ସୁଧମୁକ୍ତ ଋଣ ବ୍ୟବସ୍ଥା ରହିଛି। ଚଳିତ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଆଜି ୫୩ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟରେ ଆଉ ଏକ କିସ୍ତିର ଆର୍ଥିକ ସହୟତା ପ୍ରଦାନ କରିଛନ୍ତି।.

kalia 123

ସେପଟେ କାଳିଆ ଟଙ୍କା ଉପରେ ପ୍ରଶ୍ନ ପଚାରିଛି ବିଜେପିା ୫୩ ଲକ୍ଷ ଚାଷୀଙ୍କ ନାଁ ସରକାର ସାର୍ବଜନୀନ କରନ୍ତୁ । ଅଯୋଗ୍ୟ ହୀତାଧିକାରୀଙ୍କ ବିରୋଧରେ କଣ ପଦକ୍ଷେପ ନିଆଯାଇଛି? ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ବାଦ୍‌ ପଡିବା ପରେ ଏବେ ୫୩ ଲକ୍ଷ ହତାଧିକାରୀ ଆସିଲେ କେଉଁଠୁ? ରାଜ୍ୟରେ ପିଏମ କିଷାନ ଟଙ୍କା ବଣ୍ଟା ଯାଉନଥିବା ବିଜେପି ଅଭିଯୋଗ କରିଛି। ବିଜେଡି କହିଛି ରାଜ୍ୟ ସରକାର କୃଷକ ମାନଙ୍କ ସହ ଅଛନ୍ତି।

kalia asistance

ଓଡ଼ିଶାର କାଳିଆ ଢାଞ୍ଚାରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ପିଏମ୍‌ କିଷାନ। ଯେଉଁଥିରେ ସବୁ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ମିଳୁଛି। କିନ୍ତୁ କେନ୍ଦ୍ର ଯୋଜନାରେ ଭୂମିହୀନ ଓ ଭାଗଚାଷୀ ଅନ୍ତର୍ଭୁକ୍ତ ନାହାନ୍ତି। ତେଣୁ ପିଏମ୍‌ କିଷାନ ପରେ କାଳିଆରେ ଚାଷୀଙ୍କୁ ମିଳୁଥିବା ୧୦ ହଜାର ଟଙ୍କାକୁ ରାଜ୍ୟ ସରକାର ୪ ହଜାର ଟଙ୍କା କରିଛନ୍ତି। କିନ୍ତୁ ଭାଗଚାଷୀ ଓ ଭୂମିହୀନଙ୍କୁ ମିଳୁଥିବା ସାହାଯ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.