Below header

ଅଦରକାରୀ କାଗଜରୁ ସୁନ୍ଦର କଳାକୃତି, ଦେଖନ୍ତୁ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

ପୁରୀ (କେନ୍ୟୁଜ) : ଯୁବଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ ପୁଣିଥରେ ଅଦରକାରୀ କାଗଜରେ କଳାକୃତି କରିଛନ୍ତି। ଏଥର ସେ ଆସନ୍ତାକାଲି ହେବାକୁ ଥିବା ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ କରିଛନ୍ତି। ସ୍ଥାନୀୟ ଦତ୍ତତୋଟା ଜଗନ୍ନାଥ ଲେନର ଯୁବଶିଳ୍ପୀ ସୂର୍ଯ୍ୟକାନ୍ତ ମୂର୍ତ୍ତିକୁ ଗଢିବା ପାଇଁ ୨ ଦିସ୍ତା ଅଦରକାରୀ ଖବରକାଗଜ ବ୍ୟବହାର କରିଛନ୍ତି। ଏହି ମୂର୍ତ୍ତିକୁ ଗଢିବା ପାଇଁ ୪ ଘଣ୍ଟା ସମୟ ଲାଗିଛି। ରଙ୍ଗୀନ କଲର, ମଇଦା, ଜରି, ଅଠା ଇତ୍ୟାଦିରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। ଏହାର ଉଚ୍ଚତା ପ୍ରାୟ ୨୦ ଇଞ୍ଚ ଏବଂ ଓସାର ୯ଇଞ୍ଚ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.