କଅଁଳ କାନ୍ଧରେ ଜୀବନ ବୋଝ, ଅନାଥ ହୋଇଗଲେ ଦୁଇ ଶିଶୁ

ଆଠଗଡ (କେନ୍ୟୁଜ) : କଅଁଳ କାନ୍ଧରେ ଜୀବନ ବୋଝ। ବାପାମା’ଙ୍କୁ ହରାଇ ଦୁଇ ଅନାଥ ଦୁଇ ଭଉଣୀ ଏବେ ବେସାହାରା। ସାହି ପଡ଼ିଶାର ସହାନଭୁତି ଏବେ ସେମାନଙ୍କର ବଞ୍ଚିବାର ରାହା ପାଲଟିଛି। ଆଠଗଡ ତିଗିରିଆ ବ୍ଳକର ନିଜିଗଡ଼ ପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ଶାସନ କଦଳିବାଡ଼ି ସବର ସାହିର ପ୍ରଭାକର ଦେହୁରୀ। ପରିବାର କହିଲେ ଦୁଇ କୁନିକୁନି ଝିଅ ଏବଂ ସ୍ତ୍ରୀ ସୁଷମା ଦେହୁରୀ। ଏକ ବର୍ଷ ପୂର୍ବରୁ ପ୍ରସବ ଯନ୍ତ୍ରଣାରେ ଆର ପାରିକୁ ଚାଲିଗଲେ ସୁଷମା। ଦିନ ମଜୁରୀଆ ଭାବେ କାର୍ଯ୍ଯକରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ପ୍ରଭାକର।

କାର୍ଯ୍ଯଭାର ପାଇଁ ହଠାତ ତାଙ୍କର ଗୋଡ଼ ହାତ ଫୁଲିବାରୁ ସେ ଅସୁସ୍ଥ ହୋଇ ପଡିଲେ। ମେଡିକାଲ ଚିକିତ୍ସା ପାଇଁ ଗଲେ କିନ୍ତୁ ଅର୍ଥ ପ୍ରତିବନ୍ଧକ ପାଇଁ ଆବଶ୍ଯକ ମୁତାବକ ଚିକିତ୍ସା ହୋଇ ପାରିଲେ ନାହିଁ ପ୍ରଭାକର। ଗତ ୭ ତାରିଖ ଦିନ ତାଙ୍କର ଅକାଳ ବିୟୋଗରେ ମୃତ୍ୟୁ ଘଟିଲା। ଏକ ବର୍ଷ ପୂର୍ବରୁ ସ୍ତ୍ରୀ ଆଉ ଏବେ ପ୍ରଭାକରଙ୍କ ମୃତ୍ୟୁ ପରେ ଅନାଥ ହୋଇଗଲେ ଦୁଇ ଝିଅ। ଦୁଇ କୋମଳମତି ଶିଶୁ ମାନେ ହୋଇଯାଇଛନ୍ତି ବେସାହାରା।

ବର୍ଷକ ମଧ୍ୟରେ ବାପା ମା ଦୁଇ ଜଣଙ୍କୁ ହରାଇ ଦୁଇ ଜଣ ନାବାଳିକା ଶାଲିନି ଓ ରାନୀ ଏବେ ସଂପୁର୍ଣ୍ଣ ବେସାହାରା ହୋଇପଡିଛନ୍ତି। ଶାଲିନି ୪ର୍ଥ ଶ୍ରେଣୀରେ ଓ ରାନୀ ୨ୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି| ଏବେ ସେମାନଙ୍କର ଦାୟୀତ୍ୱ ନେବାକୁ କେହି ନାହାନ୍ତି । କୁନି କୁନି ମୁହଁର ହସ ଯେମିତି କିଏ ଛଡ଼ାଇ ନେଇଛି। ଦୁନିଆଁର କିଛି ଭଲମନ୍ଦ ଚାଲି ଚଳଣି ଜାଣିବା ପୂର୍ବରୁ ସେମାନେ ହୋଇଗଲେ ବାପା-ମା ଛେଉଣ୍ଡ। କିଏ ଦେବ ସାହାରା କାହା ସାହାରାରେ ଗଢିବେ ନିଜର ଭବିଷ୍ଯତ, ଏମିନ୍ତି ମନରେ ଆସୁଛି ଅନେକ ପ୍ରଶ୍ନ। ତେବେ ଏନେଇ ଆମେ ଭେଟିଥିଲୁ ଆଠଗଡ ଉପଜିଲ୍ଲାପାଳଙ୍କୁ , ସମସ୍ତ ଘଟଣା ଅବଗତ କରାଇବା ପରେ ତୁରନ୍ତ ଏଦିଗରେ ପଦକ୍ଷେପ ନେବା ସହିତ ଦୁଇ ପିଲାଙ୍କ ଭରଣ ପୋଷ ପାଇଁ ସମସ୍ତ ପ୍ରକାର ସାହାଯ୍ଯ ସହାୟତା ଯୋଗାଇଦେବାକୁ କହିଛନ୍ତି ଉପଜିଲ୍ଲାପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.