Below header

ମୁଁ ସ୍ୱାମୀ ପାଖକୁ ଯିବି! ଜିଦ୍‌ ଧରି କଇଁ କଇଁ ହୋଇ କାନ୍ଦୁଛି କୁନି ପିଲାଟି, ଦେଖନ୍ତୁ ଭିଡିଓରେ ସେ କଣ କହୁଛି

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହେଉଥାଏ, ଯାହାକୁ ଦେଖି ଆପଣ ଆପଣଙ୍କ ହସକୁ କଣ୍ଟ୍ରୋଲରେ ରଖିପାରନ୍ତିନି। ଏବେ ସେମିତି ହିଁ ଏକ ଭିଡିଓ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ କୁନି ଝିଅ କାନ୍ଦି କାନ୍ଦି ମୋ ସ୍ୱାମୀ କିଏ ବୋଲି ପଚାରୁଛି। ଆଉ ଏ ଭିଡିଓ ଯିଏ ବି ଦେଖୁଛି ନିଜର ହସ ରୋକିବା ମୁସକିଲ ହୋଇଯାଉଛି। ଭିଡିଓରେ ସ୍ପଷ୍ଟ ଦେଖିପାରୁଥିବେ ଯେ କୁନି ଝିଅ କାନ୍ଦି କାନ୍ଦି ନିଜ ସ୍ବାମୀଙ୍କ ବିଷୟରେ ପଚାରୁଥିବା ବେଳେ ତାର ମା’ ଛୋଟ ଛୁଆଙ୍କ ସ୍ବାମୀ ନଥାନ୍ତି ବୋଲି ବୁଝାଇବାକୁ ଚେଷ୍ଟା କରୁଛନ୍ତି।

କୁନି ଝିଅଟି ତଳେ ବସି କଇଁ କଇଁ କାନ୍ଦିବା ସହ ସ୍ବାମୀଙ୍କ ପାଖକୁ ଯିବାକୁ କହୁଛି। ସମସ୍ତଙ୍କ ସ୍ବାମୀ ଅଛନ୍ତି ମୋର କାହିଁକି ନାହିଁ ବୋଲି ସେ ପଚାରୁଛି। ତାର ସ୍ବାମୀ କିଏ ବୋଲି ପଚାରିବାକୁ ସେ କହୁଛି, ମୋ ସ୍ବାମୀ ‘ମାମୁଁ’। ଝିଅ ପାଖରୁ ଏଭଳି ଉତ୍ତର ଶୁଣିବା ପରେ ତା ମା’ ବୁଝାଇବାକୁ ଯାଇ ମାଇଁଙ୍କ ସ୍ବାମୀ ମାମୁଁ, ପିଲାମାନଙ୍କ ସ୍ବାମୀ ନଥାନ୍ତି କହିଛନ୍ତି। ଏହା ପରେ ଝିଅଟି ଜୋରରେ କାନ୍ଦିବାକୁ ଲାଗିବା ସହ ସ୍ବାମୀଙ୍କ ପାଖକୁ ଯିବାକୁ ଜିଦ ଧରିଛି । ତେବେ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.