ଆରମ୍ଭ ହେଲା ଚଳିତବର୍ଷ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ, ପୁରୀରେ ପହଞ୍ଚିଲା ରଥକାଠ ବୋଝେଇ ୨ଟି ଟ୍ରକ

ପୁରୀ(କେନ୍ୟୁଜ୍):  ଆରମ୍ଭ ହେଲା ଚଳିତବର୍ଷ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ। ନୟାଗଡ଼ ବନଖଣ୍ଡରୁ ଆଜି ପ୍ରଥମ ପର୍ଯ୍ୟାୟରେ ରଥକାଠ ବୋଝେଇ ୨ଟି ଟ୍ରକ ପୁରୀରେ ପହଞ୍ଚିଛି। ଏଥିରେ ମୋଟ ୪୯ଟି ଅସନ ଓ ଧଉରା କାଠ ରହିଛି। ଚଳିତ ବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବରୁ ରହିଛି ୬୯ ଖଣ୍ଡ ବଳକା କାଠ। ତେଣୁ ଚଳିତ ରଥଯାତ୍ରା ପାଇଁ ଆବଶ୍ୟକ ରହିଛି ୭୯୬ କାଠ।

ratha katha

ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଆଗରେ ତିନିଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯିବ। ଅକ୍ଷୟ ତୃତୀୟା ଦିନ ତିନି ରଥ ର୍ନିମାଣର ଶୁଭାରମ୍ଭ ହେବାର ବିଧି ରହିଛି।.. ଶ୍ରୀରାମ ନବମୀଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.