Below header

ଫିଲ୍ମ ଚାଲିବା ପାଇଁ ଏହି ସୁପରଷ୍ଟାରମାନେ ବଦଳାଇଲେ ନିଜର ନାମ, ସଲ୍‌ମାନ୍‌ ଖାନ୍‌ ଙ୍କ ଠାରୁ ଶିଳ୍ପା ଯାଏ ଲମ୍ବିଛି ଲିଷ୍ଟ‌

ବଲିଉଡ୍‌ରେ ବହୁ ଅଭିନେତାମାନେ ଅଛନ୍ତି ଯାହାଙ୍କର ନାମ ତାଙ୍କ ବାସ୍ତବିକ ନାମ ଠାରୁ ଅଲଗା । ସେମାନେ ଯଦିଓ ତାଙ୍କର ଫିଲ୍ମ ନାମରେ ଲୋକପ୍ରିୟତା ହାସଲ କରିଛନ୍ତି ହେଲେ ବାସ୍ତବରେ ତାଙ୍କର ନାମ କିନ୍ତୁ ଅଲଗା । ଆଜି ଆସନ୍ତୁ ଜାଣିବା ପୂରୁଣା ଓ ନୂଆ ଅଭିନେତାମାନଙ୍କ ମଧ୍ୟରେ କେଉଁମାନେ ନିଜର ନାମ ବଦଳାଇଛନ୍ତି । ଆଉ ଏହି ନୂଆ ନାମ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି । ଯେପରି ଏହି ଅଭିନେତାମାନେ ସେମାନଙ୍କର ନାମ ବଦଳାଇ ତାଙ୍କ ଦୁନିଆ ବଦଳାଇ ଦେଇଛନ୍ତି ।

ଅକ୍ଷୟ କୁମାର : ବଲିଉଡ୍‌ର ଖିଲାଡି କୁମାର ଓ ଏକ୍ସନ କିଙ୍ଗ ନାମରେ ପରିଚୟ ସୃଷ୍ଟି କରିଥିବା ଅକ୍ଷୟ କୁମାରଙ୍କ ଅସଲି ନାମ ‘ରାଜୀବ ହିରଓମ୍‌ ଭାଟିଆ‘ । ଫିଲ୍ମରେ ଅଭିନୟ କରିବା ପରେ ସେ ତାଙ୍କ ନାମ ରଖିଛନ୍ତି ଅକ୍ଷୟ କୁମାର ।

ଦିଲ୍ଲୀପ କୁମାର : ଦିଲ୍ଲୀପ କୁମାର ହେଉଛନ୍ତି ବଲିଉଡ୍‌ର ପ୍ରଥମ ସୁପରଷ୍ଟାର । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦିଲ୍ଲୀପ କୁମାରଙ୍କ ଅସଲ ନାମ ‘ମୋହମ୍ମଦ ୟୁସୁଫ୍‌ ଖାନ୍‌’ ।

nagma
photo credit: zeenews.india.com

ନଗ୍‌ମା : ନଗ୍‌ମା ମୁମ୍ବାଇରେ ଜନ୍ମ ଗ୍ରହଣ କରିଛନ୍ତି । ବାପା-ମା’ ତାଙ୍କର ନାମ ରଖିଥିଲେ ‘ନନ୍ଦିତା ଅରବିନ୍ଦ ମୋରାରଜୀ’ । ପରେ ସେ ତାଙ୍କ ନାମ ବଦଳାଇ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ରେ ନାମ ରଖିଥିଲେ ନଗ୍‌ମା ।

ରେଖା : ସଫଳ ଅଭିନେତ୍ରୀ ରେଖାଙ୍କ ପୁରା ନାମ ‘ଭାନୁରେଖା ଗଣେଶନ୍‌’ । ସେ ଫିଲ୍ମ ଦୁନିଆକୁ ଆସି ତାଙ୍କ ନାମ ଖାଲି ‘ରେଖା’ ରଖିଥିଲେ ।

rekha
photo credit: zeenews.india.com

ମହିମା ଚୌଧୁରୀ : ୧୯୯୭ ମସିହାରେ ’ପରଦେଶ’ ଫିଲ୍ମରେ ନଜର ଆସିଥିବା ମହିମା ଚୌଧୁରୀଙ୍କ ଏହି ନାମ ସୁଭାଷ ଘାଇ ଦେଇଥିଲେ । ମହିମାଙ୍କ ଅସଲ ନାମ ଥିଲା ରିତୁ ଚୌଧୁରୀ ।

ତବ୍ଦୁ : ବଲିଉଡ୍‌ରେ ନିଜର ଅଭିନୟ ପାଇଁ ପ୍ରଶଂସକଙ୍କ ହୃଦୟ ଜିଣିଥିବା ତବ୍ଦୁ ଆଜି ବି ବଲିଉଡ୍‌ରେ କାମ କରୁଛନ୍ତି । ତବ୍ଦୁଙ୍କ ଅସଲ ନାମ ‘ତବ୍‌ସ୍ସୁମ୍‌ ହାଶିମ୍‌ ଖାନ’ ଥିଲା । ହେଲେ ଫିଲ୍ମ ଆସିବା ପୂର୍ବରୁ ସେ ତାଙ୍କ ନାମକୁ ସରଳ କରିଦେଇ ତବ୍ଦୁ ରଖିଥିଲେ । କାରଣ ଲୋକଙ୍କୁ ତାଙ୍କ ନାମ ନେବାରେ ଯେପରି କଷ୍ଟ ନହୁଏ ।

tabbu
photo credit: zeenews.india.com

ଶିଳ୍ପା ସେଟ୍ଟୀ : ଶିଳ୍ପା ଏବେ ଫିଲ୍ମ ଠାରୁ ଦୂରରେ ଅଛନ୍ତି । ହେଲେ ଲୋକେ ଏବେ ବି ତାଙ୍କୁ ପସନ୍ଦ କରନ୍ତି । ଫିଲ୍ମରେ ଆସିବା ପୂର୍ବରୁ ତାଙ୍କର ନାମ ଥିଲା ଅଶ୍ୱିନୀ ସେଟ୍ଟୀ । ହେଲେ ପରେ ସେ ତାଙ୍କ ନାମ ଶିଳ୍ପା କରିଦେଇଥିଲେ ।

silpa
photo credit: zeenews.india.com

ଇର୍‌ଫାନ୍‌ ଖାନ୍‌ : ୧୯୬୭ ରେ ଜନ୍ମ ଗ୍ରହଣ କରିଥିବା ଉକ୍ତ ଅଭିନେତାଙ୍କ ନାମ ଥିଲା ସାହବଜାଦେ ଇରଫାନ୍‌ ଅଲ୍ଲୀ ଖାନ୍‌ । ସେତେବେଳେ ସେ ତାଙ୍କ ନାମ ଖାଲି ଇରଫାନ୍‌ ରଖିବାକୁ କହିଥିଲେ ।

katrina
photo credit: zeenews.india.com

କୈଟରୀନା କୈଫ୍‌ : ବଲିଉଡ୍‌ରେ ବାର୍ବି ଡଲ୍‌ ନାମରେ ପରିଚିତ କୈଟରୀନା କୈଫ୍‌ ଙ୍କ ଅସଲ ନାମ କେଟ୍‌ ତୁର୍କୋଟେ । କୈଟରୀନ୍‌ ନିଜର ପ୍ରଥମ ଫିଲ୍ମରେ ତାଙ୍କର ନାମ ବଦଳାଇଥିଲେ । ସେ କୈଫ୍‌ ତାଙ୍କର ବାପାଙ୍କ ସର୍‌ନେମ୍‌ରୁ ନେଇଥିଲେ ।

salman
photo credit: zeenews.india.com

ସଲ୍‌ମାନ୍‌ ଖାନ୍‌ : ୧୯୬୫ ରେ ଜନ୍ମ ଗ୍ରହଣ କରିଥିବା ସଲ୍ଲଙ୍କ ପୁରା ନାମ ଅବ୍‌ଦୁଲ୍‌ ରାଶିଦ୍‌ ସଲିମ୍‌ ଖାନ୍‌ ଥିଲା । ୧୯୮୮ ରେ ଫିଲ୍ମ ‘ବିବୀ ହେ ତୋ ଐସୀ’ରେ ସେ ତାଙ୍କର ନାମ ସଲ୍‌ମାନ୍‌ ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.