Below header

ସରକାରୀ ସ୍କୁଲ୍‌ ପିଲା ଅଭିଭାବକଙ୍କ ଖାତାକୁ ଯିବ ୭୮୦ କୋଟି ଟଙ୍କା, ଯୋଗୀ ସରକାର କଲେ ଏମିତି ଘୋଷଣା

ଲକ୍ଷ୍ନୈା : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଥିବା ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଖାତାରେ ୭୮୦ କୋଟି ଟଙ୍କା ଜମା କରିବେ ବୋଲି ଘୋଷଣା କରିଛନ୍ତି ।

ଏହିସବୁ ସ୍କୁଲରେ ପ୍ରାୟ ୧କୋଟି ୮୦ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଲକ୍‌ଡାଉନ୍‌ ଓ ଗ୍ରୀଷ୍ମ ଅବକାଶ ଯୋଗୁ ପ୍ରାୟ ୭୬ ଦିନ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା । ଏହି ସମୟରେ ପିଲାଙ୍କ ମିଡ୍‌ ଡେ ମିଲ୍‌ ପାଇଁ ଥିବା ରାସନ ଅର୍ଥ ସେମାନଙ୍କର ପରିବାରକୁ ଦିଆଯିବ ।

jogi for school

ତେଣୁ ଏହି ଅର୍ଥ ଅଭିଭାବକଙ୍କ ଖାତାରେ ଜମା କରାଯିବ ବୋଲି ଯୋଗୀ ସରକାର ପ୍ରକାଶ କରିଛନ୍ତି । ତେଣୁ ସ୍କୁଲ୍‌ର ଶିକ୍ଷକମାନେ ତୁରନ୍ତ ସ୍କୁଲକୁ ଯାଇ ଅଭିଭାବକଙ୍କ ବ୍ୟାଙ୍କ୍‌ ଡିଟେଲ୍‌ ଦେବା ପାଇଁ ଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଯୋଜନାକୁ ତଦାରଖ କରିବା ପାଇଁ ସବୁ ଜିଲ୍ଳା ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଜନାରେ ୨୪ ମାର୍ଚ୍ଚରୁ ୩୦ ଜୁନ୍‌ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଥିବାରୁ ସବୁ ପିଲାଙ୍କ ଖାଦ୍ୟ ବାବଦ ଖର୍ଚ୍ଚ ସେମାନଙ୍କର ପରିବାରକୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.