ମୁମ୍ବାଇ ପୋଲିସକୁ ଲକ୍ଷେ ସାନିଟାଇଜର ଦାନ କଲେ ସଲମାନ୍‌ ଖାନ୍‌, ଧନ୍ୟବାଦ ଜଣାଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ କରୋନା ସଙ୍କଟ ସମୟରେ ହଜାର ହଜାର ଲୋକଙ୍କୁ ସହାୟତା କରୁଛନ୍ତି। ଏହି ଲକ୍‌ଡାଉନ୍‌ ମଧ୍ୟରେ ସେ ଏକ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି। ଡ୍ରେସ୍‌, ଫିଟ୍‌ନେସ୍‌ ଉପକରଣ, ଜିମ୍‌ ଓ ସାଇକେଲ ବ୍ରାଣ୍ଡ ପରେ ସଲମାନ ଏବେ ନିଜର ପର୍ସନାଲ ଗ୍ରୁମିଙ୍ଗ୍‌ କେୟାର ବ୍ରାଣ୍ଡ ‘ଫ୍ରେସ୍‌(FRSH)’ ଲଞ୍ଚ୍‌ କରିଛନ୍ତି। ମେ ୨୪ ତାରିଖ ବିଳମ୍ବିତ ରାତିରେ ସେ ଏହି ବ୍ରାଣ୍ଡକୁ ସୋସିଆଲ ମିଡିଆରେ ଲଞ୍ଚ୍‌ କରିଥିଲେ।


ବ୍ରାଣ୍ଡ୍‌କୁ ଲଞ୍ଚ୍‌ କରିବା ସମୟରେ ସେ କରୋନା ଯୋଦ୍ଧାଙ୍କୁ ୧ ଲକ୍ଷ ସାନିଟାଇଜର ଦାନ କରିଛନ୍ତି। ମୁମ୍ବାଇ ପୋଲିସକୁ ସଲମାନ୍‌ ଏକ ଲକ୍ଷ ସାନିଟାଇଜର ଦେଇଛନ୍ତି। ଏହି ଦାନ ପରେ ଲୋକମାନେ ସଲମାନଙ୍କୁ ଭୁରି ଭୁରି ପ୍ରଂଶସା କରୁଥିବା ଦେଖାଯାଇଛି। ରିପୋର୍ଟ ମୁତାବକ ଏବେ ଯାଏଁ ସଲମାନ୍‌ ଖାନ୍‌ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସାନିଟାଇଜର ବିତରଣ କରିଛନ୍ତି। ସଲମାନ୍‌ ଏହି କାମ ‘ହଙ୍ଗରୀ’ ନାମକ ଏକ ଅଭିଯାନ ଅନ୍ତର୍ଗତ କରିଛନ୍ତି।

ସୂଚନାଯୋଗ୍ୟ ଯେ ସଲମାନ୍‌ ଖାନ୍‌ ନିଜେ ଟ୍ଵିଟ୍‌ କରି ନିଜ ବ୍ରାଣ୍ଡ ବିଷୟରେ ସୂଚନା ଦେଇଛନ୍ତି। ସେ ଟ୍ଵିଟ୍‌ କରି ଲେଖିଛନ୍ତି ଯେ ମୁଁ ନିଜର ନୂଆ ଗ୍ରୁମିଙ୍ଗ ଓ ପର୍ସନାଲ କେୟାର ବ୍ରାଣ୍ଡ FRSH ଲଞ୍ଚ୍‌ କରୁଛି। ଏହା ଆପଣଙ୍କର, ମୋର, ଆମ ସମସ୍ତଙ୍କର ବ୍ରାଣ୍ଡ। ଆମେ ଆପଣଙ୍କ ପାଇଁ ସବୁଠୁ ଭଲ ସାନିଟାଇଜର ଆଣିବୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.