Below header

ଲକ୍‌ଡାଉନ୍ ୫.୦ : ରାତ୍ରୀ କର୍ଫ୍ୟୁ ହେଲା କୋହଳ, ରାତି ୯ଟାରୁ ସକାଳ ୫ଟା ସବୁ ବନ୍ଦ ରହିବ

ନୂଆଦିଲ୍ଲୀ : ଆସନ୍ତାକାଲି ଶେଷ ହେବ ଲକ୍‌ଡାଉନ୍ ୪.୦ର ଅବଧି । ଏହାପରେ ଆରମ୍ଭ ହେବ ଲକ୍‌ଡାଉନ୍ ୫.୦ । ଯାହା ଜୁନ୍ ୩୦ ତାରିଖ ଯାଏ ରହିବ ବୋଲି ସୂଚନା ମିଳିଛି । ଏହାକୁ ନେଇ କେନ୍ଦ୍ର ସରକାର ନୂଆ ଗାଇଡ୍ ଲାଇନ୍ସ ଜାରି କରିଛନ୍ତି । ଏହି ଗାଇଡ୍ ଲାଇନ୍ସ ଅନୁସାରେ ଆସନ୍ତା ଜୁନ୍ ୮ ତାରିଖରୁ ଧାର୍ମିକ ସ୍ଥଳ ଓ ସପିଂ ମଲ୍ ଉପରୁ କଟକଣା ହଟିଯିବ ।
ସେହିଭଳି ଏହି ପର‌୍ୟ୍ୟାୟରେ ଗ୍ରୀନ୍‌, ଅରେଞ୍ଜ ଓ ରେଡ୍ ଜୋନ୍ ହଟାଇ କେବଳ ଗୋଟିଏ ଜୋନ୍ ‘କଣ୍ଟେନ୍‌ମେଣ୍ଟ ଜୋନ୍‌‌’ ରହିବ । ଆହୁରି ମଧ୍ୟ ରାତ୍ରି କର୍ଫ୍ୟୁ ରାତି ୭ଟା ବଦଳରେ ରାତି ୯ଟାରୁ ଭୋର ୫ଟା ଯାଏ ରହିବ ।

ଆସନ୍ତୁ ନଜର ପକାଇବା ଆଉ କିଛି ଗାଇଡ୍ ଲାଇନ୍‌ସ ଉପରେ

ଲକ୍‌ଡାଉନ୍ ୫.୦ ଗାଇଡ୍ ଲାଇନ୍ 

୧-ଜୁନ୍ ୮ରୁ ଧାର୍ମିକ ସ୍ଥଳ ଓ ସପିଂ ମଲ୍ ଏବଂ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବ ।
୨-ରାତ୍ରି କର୍ଫ୍ୟୁ ରାତି ୯ଟାରୁ ଭୋର ୫ଟା ଯାଏ ରହିବ ।
୩-ସିନେମା ହଲ୍‌, ଜିମ୍‌, ପାର୍କ, ଥିଏଟର, ବାର୍‌, ସାମାଜିକ, ରାଜନୈତିକ ଓ ଧାର୍ମିକ କାର‌୍ୟ୍ୟକ୍ରମ ଆଦି ପାଇଁ ପରିସ୍ଥିତି ଅନୁସାରେ ଅନୁମତି ମିଳିବ । ତେବେ ବଡ଼ ଧରଣର ଭିଡ଼ ଉପରେ କଟକଣା ଜାରି ରହିଛି ।
୪-ଅଫିସ୍ ଓ ସାଧାରଣ ସ୍ଥାନରେ ଲୋକେ ମାସ୍କ ପିନ୍ଧିବା ଏବଂ ୬ ଫୁଟର ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତା ମୂଳକ ।
୫-ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଆଉ ପାସ୍ ଦରକାର ପଡ଼ିବ ନାହିଁ ।
୬-ଲକ୍‌ଡାଉନ୍ ୫.୦ର ଦ୍ୱିତୀୟ ପର‌୍ୟ୍ୟାୟରେ ରାଜ୍ୟଗୁଡ଼ିକ ଶିକ୍ଷାନୁଷ୍ଠାନ ଖୋଲି ପାରିବେ । ତେବେ ଏ ନେଇ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ ।
୭-ବିଦେଶ ଯାତ୍ରା ଉପରେ ପୂର୍ବ ପରି କଟକଣା ଜାରି ରହିବ ।
୮-ସିନେମା ହଲ୍ ଓ ସୁଇମିଂ ପୁଲ୍ ବନ୍ଦ ରହିବ ।
୯-ଦୋକାନରେ ଏକାଥରେ କେବଳ ୫ ଜଣ ଗ୍ରାହକ ରହି କିଣାକିଣି କରି ପାରିବେ ।

୧୦- ବାହାରେ ଛେପ ପକାଇଲେ ଫାଇନ୍ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.