ଚିକିତ୍ସା ବେଳେ କରୋନା ରୋଗୀ ଡାକ୍ତରଙ୍କୁ କଲେ ପ୍ରେମ ନିବେଦନ, ଆଉ ତାପରେ ହସ୍ପିଟାଲ ଭିତରେ ହିଁ…

କରୋନା ଯୁଗରେ ବର୍ତ୍ତମାନ ଲଭଷ୍ଟୋରି ଲେଖାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ମହାମାରୀ ଲୋକଙ୍କ ଜୀବନକୁ ଖରାପ କରିଦେଇଥିବା ବେଳେ ପ୍ରେମୀଯୁଗଳଙ୍କ ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନି । ନିକଟରେ ଇଜିପ୍ଟରେ ଏକ ଏପରି ଘଟଣା ଘଟିଛି, ​​ଯେଉଁଠାରେ ଏକ କରୋନା ରୋଗୀ ତାଙ୍କର ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭଲ ପାଇ ବସିଥିଲେ ଏବଂ ବିଳମ୍ବ ନକରି ସେ ଡାକ୍ତରଖାନାରେ ହିଁ ଉକ୍ତ ଡାକ୍ତରଙ୍କୁ ପ୍ରପୋଜ କରି ଦେଇଥିଲେ ।

ଇଜିପ୍ଟ ସମେତ ସମଗ୍ର ବିଶ୍ୱରେ କରୋନା ଜୀବାଣୁ ଯୋଗୁଁ ଏକ ଅସନ୍ତୋଷ ଦେଖାଦେଇଛି । ଲୋକମାନେ ନିଜ ଜୀବନ ବଞ୍ଚାଇବାକୁ ଡାକ୍ତରଖାନା ଯାଉଛନ୍ତି । କିନ୍ତୁ ଇଜିପ୍ଟରେ ଏହାର ଠିକ୍ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀ ତାଙ୍କର ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭଲପାଇ ବସିଛନ୍ତି । ସୂଚନା ଅନୁଯାୟୀ କରୋନାରେ ଆକ୍ରାନ୍ତ ହେବା ପରେ ମହମ୍ମଦ ଫହମୀ ନାମକ ଜଣେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ଚିକିତ୍ସା ଦାୟିତ୍ତ୍ୱ ଜଣେ ମହିଳା ଡାକ୍ତରଙ୍କୁ ଦିଆଯାଇଥିଲା । ଚିକିତ୍ସା ସମୟରେ ଉକ୍ତ ରୋଗୀ ଜଣକ ତାଙ୍କର ଚିକିତ୍ସା କରୁଥିବା ମିସବାହ ନାମକ ଉକ୍ତ ମହିଳା ଡାକ୍ତରଙ୍କୁ ଭଲପାଇ ବସିଥିଲେ ।

ଦୁଇ ମାସର ଚିକିତ୍ସା ପରେ ମହମ୍ମଦ ଫହମି ଏହି ରୋଗରୁ ମୁକ୍ତି ପାଇଲେ । ଏହା ପରେ ସେ ଆଉ ବିଳମ୍ବ ନକରି ନିଜ ଜୀବନ ରକ୍ଷାକାରୀ ମିସବାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଲେଡି ଡାକ୍ତର ମଧ୍ୟ ଖୁସିରେ ବିବାହ ପ୍ରସ୍ତାବ ଗ୍ରହଣ କରିଥିଲେ ଏବଂ ନିଜର ସମ୍ମତି ପ୍ରଦାନ କରିଥିଲେ । ମହମ୍ମଦ ଫହମି ସେହି ଡାକ୍ତରଖାନାରେ ହିଁ ତାଙ୍କ ନାମର ମୁଦି ତାଙ୍କ ପ୍ରିୟ ଡାକ୍ତରଙ୍କ ହାତରେ ପିନ୍ଧାଇ ଦେଇଥିଲେ । ଏହି ରୋମାଣ୍ଟିକ ଖବର ସୋସିଆଲ୍ ମିଡିଆରେ ସେୟାର ହେବା ପରେ କିଛି ୟୁଜର ଏହାକୁ ଭାଇରଲ କରିଦେଇଥିଲେ । ଯାହା ପରେ ଲୋକଙ୍କ ତରଫରୁ ଅଭିନନ୍ଦନର ସୁଅ ଛୁଟିଥିଲା ଏବଂ ସମସ୍ତେ ପ୍ରେମୀ ଯୁଗଳଙ୍କର ସୁଖମୟ ଜୀବନ କାମନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.