Below header

୧୦୩ ବର୍ଷ ବୟସ୍କା ଦାଦି କରୋନାକୁ ହରାଇଲେ,  ମେଡିକାଲ୍ ରୁ ଆସିବା ପରେ ବିୟର ପିଇ ମନାଇଲେ ପାର୍ଟି

ନ୍ୟୁୟର୍କ : କରୋନା ଭାଇରସ୍‌ ସଂକ୍ରମଣ ସାରା ଦୁନିଆରେ ତବାହି ମଚାଇଛି । ଏହି ରୋଗରେ ସାରା ଦୁନିଆରେ ୩ ଲକ୍ଷ ୬୦ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ବିଶ୍ୱରେ ପ୍ରାୟ ୫୮ ଲକ୍ଷ କରୋନା ମାମଲା ଥିବା ଜଣାପଡ଼ିଛି ।

dadi 103 yrs.JPG-1

କରୋନା ଭାଇରସ ବିଶେଷ କରି ବୟସ୍କ ଲୋକଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ଥିବା ଜଣାଯାଇଛି । ଫଳରେ ବୟସ୍କ ଲୋକଙ୍କୁ କରୋନା ପାଇଁ ଅଧିକ ସତର୍କ ରହିବାକୁ କୁହାଯାଇଛି ।

dadi 103 yrs.JPG-2JPG

ହେଲେ ଜେନୀ ଷ୍ଟିଜ୍‌ନା ନାମକ ଜଣେ ୧୦୩ ବର୍ଷର ବୃଦ୍ଧା କରୋନା ସହ ଯୁଦ୍ଧ କରି ବିଜୟ ଲାଭ କରିଛନ୍ତି । ଉକ୍ତ ବୃଦ୍ଧା ଗତ ୩ ସପ୍ତାହ ତଳେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ ।

ଏବେ ସେ କରୋନାରୁ ମୁକ୍ତ ହୋଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ବୃଦ୍ଧା ଜଣକ କରୋନାରୁ ମୁକ୍ତ ହେବା ପରେ କୋଲ୍ଡ ବିୟର ପିଇ ନିଜର କରୋନା ବିଜୟ ପାଟିଁ ପାଳନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.