Below header

କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ବୋନସ୍, ଘୋଷଣା କଲେ ରାଜ୍ୟ ସରକାର

କେନ୍ୟୁଜ୍ (ବ୍ୟୁରୋ): ବୋନସ ପାଇବେ କେନ୍ଦୁପତ୍ର ତୋଳାଳି। ଘୋଷଣା କଲେ ରାଜ୍ୟ ସରକାର। ଲକଡାଉନ ଓ  କରୋନା ଭାଇରସ ପାଇଁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ୭.୮୯ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ ।

କେନ୍ଦୁପତ୍ର ତୋତାଳିଙ୍କ ବ୍ୟତୀତ ଅଣଆନୁଷ୍ଠାନିକ କେନ୍ଦୁପତ୍ର ତୋଳାଳିମାନେ ମଧ୍ୟ ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ଉପକୃତ ହେବେ । ରାଜ୍ୟରେ ଏବେ ୧୭ ହଜାର ୪୪୪ ଅଣଆନୁଷ୍ଠାନିକ କେନ୍ଦୁପତ୍ର ତୋଳାଳି କାମ କରୁଛନ୍ତି । ଏମାନେ ୫ ପ୍ରତିଶତ ପ୍ରୋତ୍ସାହନ ପାଇବେ । ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିମାନଙ୍କୁ ପାଣି ବୋତଳ କିଣିବାକୁ ୨୦୦ ଟଙ୍କା ଲେଖାଏଁ ଦେବେ । ସମସ୍ତ ଆର୍ଥିକ ସହାୟତା ଡିବିଟି ଜରିଆରେ ସିଧାସଳଖ ବ୍ୟାଙ୍କ ଖାତାକୁ ଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.