ଚଳନ୍ତା ଗାଡି ଆଗକୁ ଚାଲି ଆସିଲେ ଟାଇଗର ଶ୍ରଫ୍‌, ଆଉ ତାପରେ କଣ ହେଲା ଦେଖନ୍ତୁ ଛାତିଥରା ଭିଡିଓ

ବଲିଉଡ୍‌ ଆକ୍ଟର ଟାଇଗର ଶ୍ରଫ୍‌ ଅନ୍ୟ କଳାକାରଙ୍କ ଭଳି ଲକଡାଉନରେ କାରଣରୁ ଘରେ ସମୟ ବିତାଉଛନ୍ତି। ସେଥିପାଇଁ ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ସେ ନିଜ ଫ୍ୟାନ୍ସଙ୍କ ପାଇଁ ସବୁବେଳେ କିଛି ନା କିଛି ନୂଆ ନୂଆ ଭିଡିଓ ନେଇ ଆସୁଛନ୍ତି। ଟାଇଗର ଶ୍ରଫ ଏବେ ଏକ ଭିଡିଓ ପୋଷ୍ଟ କରିଛନ୍ତି।, ଯେଉଁଥିପାଇଁ ସେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଭିଡିଓକୁ ଆପଣ ଦେଖିଲେ କିଛି ସମୟ ପାଇଁ ଆପଣଙ୍କ ଛାତି ଥରିଯିବ।

ଏହି ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ଟାଇଗର ଏକ ଚଳନ୍ତା ଗାଡି ସାମ୍ନାରେ ଆସିଯାଉଛନ୍ତି, ଆଉ ଏହାପରେ ସେ କାର ଆଗରେ ଛିଡା ହୋଇ ଓଲଟା ଜମ୍ପ ମାରୁଛନ୍ତି। ଟାଇଗର ଶ୍ରଫଙ୍କ ଏହି ଷ୍ଟଣ୍ଟ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇବା ସହିତ ଛାତିଥରାଇ ଦେଉଛି। ଆଉ ଫ୍ୟାନ୍ସଙ୍କ ଏହି ଭିଡିଓରେ ଫ୍ୟାନ୍ସ ଖୁବ୍‌ କମେଣ୍ଟ କରୁଛନ୍ତି ଏବଂ ଲୋକମାନେ ଏହାକୁ ନେଇ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

 

View this post on Instagram

 

Good thing my spidey sense kicked in…. people driving around post quarantine be like 🙉

A post shared by Tiger Shroff (@tigerjackieshroff) on


ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟାଇଗର ଶ୍ରଫଙ୍କ ଫିଲ୍ମ ‘ବାଗି ୩’ ନିକଟରେ ରିଲିଜ ହୋଇଛି ଏବଂ ବକ୍ସ ଅଫିସରେ ଧମାଲ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.