୧୭୫ ବର୍ଷ ପୂର୍ବେ ଉଠାଯାଇଥିଲା ଦୁନିଆର ପ୍ରଥମ ସେଲ୍ଫି, ବାପାଙ୍କ ଦୋକାନ ପଛପଟେ ଛିଡ଼ା ହୋଇ ଫଟୋ ନେଇଥିଲେ ୩୦ ବର୍ଷୀୟ ଯୁବକ

ଆଜିକାଲି ସବୁଆଡ଼େ ସେଲ୍ଫିର କ୍ରେଜ ଦେଖିବାକୁ ମିଳୁଛି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ସେଲ୍ଫିର ଆରମ୍ଭ କେବେ ହୋଇଥିଲା? 1839 ମସିହାରେ 30 ବର୍ଷୀୟ ଜଣେ ଯୁବକ ଦୁନିଆର ସବୁଠାରୁ ପ୍ରଥମ ସେଲ୍ଫି ନେଇଥିଲେ। ତାଙ୍କ ନାଁ ରବର୍ଟ କାର୍ନେଲିୟସ। ସେ ଆମେରିକାର ପେନ୍ସିଲଭାନିଆରେ ରହୁଥିଲେ।

1

ଫିଲେଡେଲିଫିଆରେ ଥିବା ବାପାଙ୍କ ଦୋକାନ ପଛପଟେ ଛିଡ଼ାହୋଇ ରବର୍ଟ ଏହି ସେଲ୍ଫି ଉଠାଇଥିଲେ। ସେ ଫଟୋଗ୍ରାଫିରେ ପ୍ରଶିକ୍ଷଣ ଏବଂ ବିଶେଷଜ୍ଞତା ପାସ କରିବା ପରେ 20 ବର୍ଷ ଧରି ବାପାଙ୍କ ଦୋକାନରେ କାମ କରିଥିଲେ। ତାଙ୍କ ଫଟୋଗ୍ରାଫି କମ୍ପାନୀ ଆମେରିକାର ସବୁଠାରୁ ବଡ଼ ଫଟୋଗ୍ରାଫି କମ୍ପାନୀ ମଧ୍ୟରେ ଅନ୍ୟତମ ଥିଲା। ତେବେ 1893 ମସିହାରେ ରବର୍ଟ କାର୍ନେଲିୟସଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.