ପୂର୍ବପୁରୁଷଙ୍କ କେଶରେ ସଜେଇ ହୁଅନ୍ତି ଏହି ଜନଜାତିର ଯୁବତୀ, କାହିଁ କେଉଁ କାଳରୁ ଚାଲି ଆସିଛି ଏଭଳି ଅଜବ ପରମ୍ପରା

ସାଉଥୱେଷ୍ଟ ଚୀନର ଗୁଇଝାଉରେ ମିଆଓ ଜନଜାତି ରୁହନ୍ତି। ଏମାନଙ୍କ ବିଷୟରେ କୁହାଯାଏ କି, କିଛି ଲୋକଙ୍କ ପାଇଁ ମିଆଓ ସମ୍ପ୍ରଦାୟର ଇତିହାସ ପୁସ୍ତକରେ ରହିଥାଏ, କିନ୍ତୁ ପ୍ରକୃତରେ ଏମାନଙ୍କ ଇତିହାସ ଏମାନଙ୍କ ମୁଣ୍ଡ ଉପରେ ହିଁ ଥାଏ। ଲୋକଙ୍କ କହିବା ଅନୁଯାୟୀ, ସମୁଦାୟର ମହିଳାମାନେ ସେମାନଙ୍କ ପୂର୍ବ ପିଢ଼ିଙ୍କ କେଶରେ ତିଆରି ‘ହେଡ ଡ୍ରେସ’ ପିନ୍ଧିଥାନ୍ତି। ଏହାକୁ ସେମାନଙ୍କର ଏକ ବିଶେଷ ପରମ୍ପରା କୁହାଯାଇପାରେ।

33

ଶୁଣିବାକୁ ଏହା ଅଜବ ଲାଗୁଥିବ ନିଶ୍ଚୟ, କିନ୍ତୁ ସତ। ମିଆଓ ଜନଜାତିର ମହିଳାମାନେ ମୁଣ୍ଡ କୁଣ୍ଡାଉଥିବା ବେଳେ ଉପୁଡି ପଡ଼ୁଥିବା କେଶକୁ କେବେ ବି ଫିଙ୍ଗନ୍ତି ନାହିଁ, ବରଂ ସେଗୁଡ଼ିକୁ ଏକାଠି କରି ରଖିଥାନ୍ତି। ଏହି ବିଚିତ୍ର ପରମ୍ପରା ଏଠାରେ କାହିଁ କେଉଁ କାଳରୁ ପ୍ରଚଳିତ ରହିଛି ଏବଂ ଆଜି ବି ଏହା ପାଳନ ହୋଇଆସୁଛି।

44

ତେବେ ସାଇତି ରଖାଯାଇଥିବା କେଶଗୁଚ୍ଛକୁ ବାଉଁଶରେ ତିଆରି ଶିଙ୍ଘ ଉପରେ ଖୋସାଯାଇଥାଏ। ଏହି ପ୍ରକାର ହେଡ ଡ୍ରେସ ମୁଖ୍ୟତଃ କମ ବୟସର ମହିଳା ଏବଂ ଯୁବତୀମାନେ ବିଶେଷ ଅବସରରେ ପିନ୍ଧିଥାନ୍ତି। ଏଥିରେ ବାଉଁଶ ଶିଙ୍ଘ ଏଥିପାଇଁ ବ୍ୟବହାର କରାଯାଇଥାଏ, କାରଣ ମିଆଓ ସମ୍ପ୍ରଦାୟ ଗାଈକୁ ବହୁତ ପବିତ୍ର ମାନିଥାନ୍ତି।

55

ଆଉ ଏକ ମୁଖ୍ୟ କଥା ହେଲା, ପ୍ରତ୍ୟେକ ପରିବାରରେ ମାଆ ତା’ ଝିଅକୁ ବାହାଘର ସମୟରେ ସେହି ହେଡ ଡ୍ରେସ ଦେଇଥାଏ। ବହୁ ବର୍ଷ ପୂର୍ବେ ଏହି ଜନଜାତିର ପୁରୁଷମାନେ ମଧ୍ୟ ହେଡ ଡ୍ରେସ ପିନ୍ଧୁଥିଲେ। କିନ୍ତୁ ଏବେ କେବଳ ମହିଳାମାନେ ହିଁ ପିନ୍ଧୁଛନ୍ତି। ଏମାନଙ୍କ ଜନସଂଖ୍ୟା ବର୍ତ୍ତମାନ 5,000ରୁ କମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.