Below header

ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଏକାଠି ହେଲେ କିଟ୍‌, କିସ୍‌ ଓ କିମ୍‌ସର ପଦାଧିକାରୀ ଓ କର୍ମଚାରୀ, ଗାନ କଲେ ଓଡିଶାର ଆଦ୍ୟ ସଙ୍ଗୀତ

କେନ୍ୟୁଜ୍ (ବ୍ୟୁରୋ): କରୋନା ଯୋଦ୍ଧାଙ୍କୁ ସମ୍ମାନ । କିଟ୍‌, କିସ୍‌ ଓ କିମ୍‌ସ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଏକାଠି ହୋଇଥିଲେ କିଟ୍‌, କିସ୍‌ ଓ କିମ୍‌ସର ପଦାଧିକାରୀ ଓ କର୍ମଚାରୀ । ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପ୍ରଥମେ ବନ୍ଦେ ଉତ୍କଳ ଜନନୀର ଭାଓଲେନ୍‌ ପରିବେଷଣ କରିଥିଲେ ଶିଶୁ କଳାକାର ରାକେଶ ବିଶ୍ୱାଳ । ଏହାପରେ ସମସ୍ତେ ଏକସ୍ୱରରେ ଗାନ କରିଥିଲେ ବନ୍ଦେ ଉତ୍କଳ ଜନନୀ । କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉତ୍କଳ ମାତାର ବନ୍ଦନା କରିଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । କରୋନା ଯୋଦ୍ଧା ଲାଗି ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ଵାନଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି ଡକ୍ଟର ସାମନ୍ତ । ଏହା କରୋନା କର୍ମବୀରଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ମନୋବଳ ବଢ଼ାଇବ ବୋଲି କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ ।

kiit kiss

କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କିମ୍‌ସ କୋଭିଡ ହସ୍ପିଟାଲର କାର୍ଯ୍ୟରତ ସମସ୍ତ ଡକ୍ଟର, ନର୍ସ ଓ ପାରାମେଡିକାଲ୍‌ ଷ୍ଟାଫ୍‌ । ରେଡ୍‌ କାର୍ପେଟରେ ଚାଲିଥିଲେ କିମ୍‌ସ କୋଭିଡ ହସ୍ପିଟାଲର କୋଭିଡ ଯୋଦ୍ଧା । ସେମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରାଯାଇଥିଲା । ନିଜ ପରିବାରକୁ ଛାଡ଼ି, ସୁଖ ଦୁଃଖକୁ ଭୁଲି କରୋନା ଆକ୍ରାନ୍ତଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସେମାନେ । ନିଷ୍ଠାର ସହ ଦିନ ରାତି ସେବାରେ ନିଜକୁ ସାମିଲ କରିଛନ୍ତି । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଥିବା ଖେଳାଳି ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ, ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା, ରଗବୀ ଖେଳାଳି ସୁମିତ୍ରା ନାଏକଙ୍କ ସମେତ ବହୁ କ୍ରୀଡ଼ାବିତ ।

କରୋନା ସହ ଲଢୁଛି ଓଡ଼ିଶା । ପ୍ରତିଟି ଜୀବନ ମୂଲ୍ୟବାନ । ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ ଅନୁସାରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ କିଟ୍‌, କିସ୍‌ ଓ କିମ୍‌ସ ପଦାଧିକାରୀ ଓ କର୍ମଚାରୀ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.