Below header

ସମାନ ନାଗରିକ ସଂହିତା ବିଲ ପାସ ନେଇ ମୋଦି ସରକାରଙ୍କ ବଡ଼ ପ୍ରସ୍ତୁତି, ଚଳିତ ସଂସଦ ଅଧିବେସନରେ ଆସିପାରେ ବିଲ୍‌

ସମାନ ନାଗରିକ ସଂହିତ(ୟୁନିଫର୍ମ ସିଭିଲ କୋଡ ବା ୟୁସିସି) କୁ ନେଇ ମୋଦି ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଛି । ଆଗାମୀ ବର୍ଷା ଅଧିବେସନରେ ସଂସଦରେ ଆସିପାରେ ୟୁସିସି ବିଲ୍‌ । ଏହି ବିଲକୁ ସଂସଦୀୟ ସମିତିକୁ ମଧ୍ୟ ପଠାଯାଇପାରେ । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ବିଜେପିର ମାଷ୍ଟର ଷ୍ଟ୍ରୋକ କୁହାଯାଇପାରେ ।

ନୂଆଦିଲ୍ଳୀ : ସମାନ ନାଗରିକ ସଂହିତ(ୟୁନିଫର୍ମ ସିଭିଲ କୋଡ ବା ୟୁସିସି) କୁ ନେଇ ମୋଦି ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଛି । ଆଗାମୀ ବର୍ଷା ଅଧିବେସନରେ ସଂସଦରେ ଆସିପାରେ ୟୁସିସି ବିଲ୍‌ । ଏହି ବିଲକୁ ସଂସଦୀୟ ସମିତିକୁ ମଧ୍ୟ ପଠାଯାଇପାରେ । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ବିଜେପିର ମାଷ୍ଟର ଷ୍ଟ୍ରୋକ କୁହାଯାଇପାରେ ।

୩ ଜୁଲାଇରେ ସଂସଦୀୟ ସମିତି ବୈଠକ :

ସମାନ ନାଗରିକ ସଂହିତାକୁ ନେଇ ୩ ଜୁଲାଇ ଅହରାହ୍ଣ ୩ଟାରେ ସଂସଦୀୟ ସମିତି ବୈଠକ ଡକାଯାଇଛି । ଏହି ବୈଠକରେ ସାଂସଦମାନଙ୍କ ନିଷ୍ପତ୍ତି ସର୍ମ୍ପକରେ ବୁଝାଯିବ । ଏହି ବୈଠକରେ ଲ’ କମିଶନଙ୍କ ସହ ଆଇନଜ୍ଞମାନେ ମଧ୍ୟ ଉପସ୍ଥିତ ରହିବେ । ଏହା ପୂର୍ବରୁ ମଧ୍ୟ ଲୋକଙ୍କ ନିଷ୍ପତ୍ତି ଜାଣିବାକୁ ବୈଠକ ଅନୁଷ୍ଠିତ ହୋଇଥିଲା ।ସଂସଦର ବର୍ଷା ଅଧିବେସନ ୧୭ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି । ଏହା ୧୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଭୋପାଳ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଥିଲେ, ଭାରତର ମୁସଲମାନଙ୍କୁ ବୁଝିବା ଦରକାର ଯେ କେଉଁ ରାଜନୈତିକ ଦଳ ସେମାନଙ୍କୁ ଉସୁକାଉଛି । ମୋଦି କହିଥିଲେ, ଗୋଟିଏ ଘରେ ଜଣକ ପାଇଁ ଗୋଟିଏ ନିୟମ ଓ ଅନ୍ୟ ପାଇଁ ଆଉ ଏକ ନିୟମ । ଏମିତିରେ ଘର ଚାଲିପାରିବ କି ? ଏମିତି ଡବଲ ବ୍ୟବସ୍ଥାରେ ଦେଶ କିପରି ଚାଲିପାରିବ ।

ଆମ ଉପରେ ଦୋଷ ଲଗାଉଥିବା ଏହି ବ୍ୟକ୍ତି ଯଦି ମୁସଲମାନଙ୍କ ହିତକାରୀ ହୋଇଥାନ୍ତେ, ତେବେ ମୁସଲମାନ ପଛରେ ରହି ନଥାନ୍ତେ । ସୁପ୍ରିମକୋର୍ଟ ବାରମ୍ବାର କହିଛି ଯେ ସମାନ ନାଗରିକ ସଂହିତା ଆଣ,ହେଲେ ଭୋଟ ବ୍ୟାଙ୍କ ଭୋକିଲା ଲୋକେ ଏହା କରିବାକୁ ଚାହାଁନ୍ତି ନାହିଁ ବୋଲି ମୋଦି କହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.