Below header

ଉତ୍ତର ନାଇଜେରିଆରେ ବୁଡିଲା ଡଙ୍ଗା, ୭୦ ରୁ ଅଧିକ ଲୋକ ନିଖୋଜ

ପୁଣି ଡଙ୍ଗା ବୁଡ଼ି ଘଟଣା । ଉତ୍ତର ନାଇଜେରିଆରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ସୋମବାର ୭୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିବା ନେଇ ଖବର ମିଳିଛି ।

ନାଇଜେରିଆ : ପୁଣି ଡଙ୍ଗା ବୁଡ଼ି ଘଟଣା । ଉତ୍ତର ନାଇଜେରିଆରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ସୋମବାର ୭୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିବା ନେଇ ଖବର ମିଳିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଫ୍ରିକାର ସବୁଠୁ ଅଧିକ ଜନବହୁଳ ଦେଶରେ ବାରମ୍ବାର ଏଭଳି ମାରାତ୍ମକ ଡଙ୍ଗା ଦୁର୍ଘଟଣାର ଦୁଃଖଦ ଖବର ସମ୍ନାକୁ ଆସିଥାଏ ।

ଜାତୀୟ ଜରୁରୀକାଳୀନ ସେବା କହିବା ମୁତାବକ, ଏହି ଡଙ୍ଗାଟି ଶନିବାର ବିଳମ୍ବିତ ରାତିରେ ତାରବା ରାଜ୍ୟର ଆର୍ଦୋ-କୋଲା ଜିଲ୍ଲାର ଏକ ମାଛ ବଜାରରୁ ଫେରୁଥିବା ବ୍ୟବସାୟୀଙ୍କୁ ନେଇ ଯାଉଥିବାବେଳେ, ନାଇଜେରିଆର ଅନ୍ୟତମ ବୃହତ୍ତମ ବେନୁ ନଦୀରେ ବୁଡ଼ି ଯାଇଥିଲା ।

ତେବେ ପାଖାପାଖି ୧୦୦ ରୁ ଅଧିକ ଯାତ୍ରୀ ଡଙ୍ଗାରେ ଥିଲେ ଏବଂ ସେମାନଙ୍କ ଭିତରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ, ୧୭ ଟି ମୃତଦେହ ଉଦ୍ଧାର କରାଯାଇଛି । ଏହା ସହିତ ବାକି ୭୩ ଜଣ ନିଖୋଜ ଅଛନ୍ତି ବୋଲି ନାଇଜେରିଆର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିର ମୁଖ୍ୟ ଲଦନ ଆୟୁବା ଗଣମାଧ୍ୟମକୁ କହିଛନ୍ତି।

ତାରବାର ଗଭର୍ନର ଆଗବୁ କେଫାସ୍ ଏହି ଦୁର୍ଘଟଣାକୁ ଅତି ଦୁଃଖଦାୟକ ଘଟଣା ବୋଲି କହିଛନ୍ତି ଏବଂ ଡଙ୍ଗାରେ ଯାଉଥିବା ଯାତ୍ରୀ ମାନଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ରାଜ୍ୟପାଳ କହିଛନ୍ତି ଯେ “ଆମ ପାଖରେ ଥିବା ଜଳ ଭଣ୍ଡାର, ଯାହାକି ଆମ ଅଞ୍ଚଳରେ ଦୀର୍ଘ ସମୟ ଧରି ରହି ଆସିଛି, ଏହା ଧନ ଉପାର୍ଜନର ବାସ୍ତବିକ ଉତ୍ସ ହେବା ଉଚିତ ନା କି ମୃତ୍ୟୁର।

ପଶ୍ଚିମ ଆଫ୍ରିକୀୟ ଦେଶର ବିଚ୍ଛିନ୍ନାଞ୍ଚଳରେ ଏହି ଡଙ୍ଗା ବିପର୍ଯ୍ୟୟ ସାଧାରଣ ଅଟେ । ଚାରି ମାସ ମଧ୍ୟରେ ୧୦୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗା ଦୁର୍ଘଟଣା ତୃତୀୟ ଥର ପାଇଁ ଘଟିଛି । ଅଧିକାଂଶରେ ଦେଖିବାକୁ ଗଲେ ଓଭରଲୋଡିଂ ହିଁ ଏଥିପାଇଁ ଦାୟୀ । ସେହି ଅଞ୍ଚଳରେ ଭଲ, ସୁବିଧାଜନକ ରାସ୍ତା ନଥାଏ । ଯାହା ଫଳରେ ଲୋକେ ଡଙ୍ଗା ଉପରେ ନିର୍ଭର କରିଥାନ୍ତି ।

ଅଧିକାରୀମାନେ ଏହି ଦୁର୍ଘଟଣାରର ପ୍ରକୃତ କାରଣ ଖୋଜୁଥିବା ତାରବା ପୋଲିସ ମୁଖପାତ୍ର ଉସମାନ ଅବଦୁଲ୍ଲା କହିଛନ୍ତି । ଉଦ୍ଧାରକାରୀସଂସ୍ଥାକୁ ସ୍ଥାନୀୟ ଓ ମତ୍ସ୍ୟଜୀବୀମାନେ ସାହାଯ୍ୟ କରୁଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.