ନୂଆପଡ଼ାରେ ବାଘ ଆତଙ୍କ; ଗୁହାଳ ପଶି ଗାଈକୁ ମାରି ଖାଇଲା

ନୂଆପଡ଼ା ସୁନାବେଡା ଅଭୟାରଣ୍ୟର କଟିଙ୍ଗପାଣି ଗାଁରେ ମାତିଛି ବାଘ । ଶିଶୁ ପରେ ଗୁହାଳରୁ ଗାଈକୁ ଭିଡ଼ିନେଲା ବାଘ । ଗତକାଲି ବିଳମ୍ବିତ ରାତ୍ରିରେ ଗାଁର ଅର୍ଜୁନ ଧରୁଆଙ୍କ ଗୁହାଳକୁ ପଶି ଗୋଟିଏ ଗାଈକୁ ଟାଣି ନେଇ ମାରିଦେଲା ବାଘ ।

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ସୁନାବେଡା ଅଭୟାରଣ୍ୟର କଟିଙ୍ଗପାଣି ଗାଁରେ ମାତିଛି ବାଘ । ଶିଶୁ ପରେ ଗୁହାଳରୁ ଗାଈକୁ ଭିଡ଼ିନେଲା ବାଘ । ଗତକାଲି ବିଳମ୍ବିତ ରାତ୍ରିରେ ଗାଁର ଅର୍ଜୁନ ଧରୁଆଙ୍କ ଗୁହାଳକୁ ପଶି ଗୋଟିଏ ଗାଈକୁ ଟାଣି ନେଇ ମାରିଦେଲା ବାଘ ।

ଗତକାଲି ସନ୍ଧ୍ୟାରେ ଘର ବାରଣ୍ଡାରୁ ୮ବର୍ଷର ଶିଶୁକୁ ଝାମ୍ପିନେଲା କଲରାପତରିଆ । ଘର ଅଗଣାରେ ଖେଳୁଥିବା ବେଳେ ହୁମନ ମାଝିଙ୍କ ୮ବର୍ଷର ପୁଅ ଡମ୍ବରୁଧରକୁ ଟାଣି ନେଇଥିଲା କଲରାପତରିଆ ବାଘ। ଗାଁ ଲୋକେ ବାଘକୁ ଘଉଡ଼ାଇବା ପରେ କ୍ଷତାକ୍ତ ଶିଶୁଟିକୁ ଅଧା ବାଟରେ ଛାଡି ନିକଟସ୍ଥ ଜଙ୍ଗଲକୁ ପଳାଇଥିଲା l କ୍ଷତାକ୍ତ ହୋଇ ଶିଶୁର ମୃତ୍ୟୁ ଘଟିଥିଲା । ପରେ ପୁଣି ବିଳମ୍ବିତ ରାତିରେ ଆସି ଆତଙ୍କ ଖେଳାଇଛି ବାଘ । ଗାଁ ନିକଟରେ କଲରାପତରିଆ ବାଘ ବୁଲୁଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଖବରପାଇ ସୁନାବେଡା ବନ ବିଭାଗ କର୍ମଚାରୀ ଗାଁରେ ପହଂଚି ଘଟଣାର ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.