Below header

ଜମୁଛି ଗଜଲକ୍ଷ୍ମୀ ପୂଜା, ମୁରାସୁରର ଅଟହାସ୍ୟରେ ପ୍ରକମ୍ପିତ ହେଉଛି ପଲସାଗୋରା ମକର ପଡିଆ

ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସାଗୋରାଠାରେ ବେଶ ଜମୁଛି ଗଜଲକ୍ଷ୍ମୀ ପୂଜା । ସ୍ୱସ୍ତିକ କ୍ଳବ ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ଚଳିତବର୍ଷ ୨୫ବର୍ଷରେ ପଦାର୍ପଣ କରିଛି । ପୂଜାକୁ ଆକର୍ଷଣୀୟ କରିବା ପାଇଁ ଅଷ୍ଟଲକ୍ଷ୍ମୀ ମୂର୍ତ୍ତୀ ସ୍ଥାପନ ସହ ମନୋରଞ୍ଜନ ପାଇଁ ମୁରାସୁର ଦରବାର, ସାଂସ୍କୃତିକ କରାଯାଇଛି ।

କଣ୍ଟାମାଳ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସାଗୋରାଠାରେ ବେଶ ଜମୁଛି ଗଜଲକ୍ଷ୍ମୀ ପୂଜା । ସ୍ୱସ୍ତିକ କ୍ଳବ ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ଚଳିତବର୍ଷ ୨୫ବର୍ଷରେ ପଦାର୍ପଣ କରିଛି । ପୂଜାକୁ ଆକର୍ଷଣୀୟ କରିବା ପାଇଁ ଅଷ୍ଟଲକ୍ଷ୍ମୀ ମୂର୍ତ୍ତୀ ସ୍ଥାପନ ସହ ମନୋରଞ୍ଜନ ପାଇଁ ମୁରାସୁର ଦରବାର, ସାଂସ୍କୃତିକ କରାଯାଇଛି । ଗୋଟିଏ ପଟେ ମା ଗଜଲକ୍ଷ୍ମୀଙ୍କୁ ଦର୍ଶନ ସହ ଅନ୍ୟପଟେ ମକର ପଡିଆରେ ଜମିଥିଲା ମୁରାସୁର ଦରବାର । ପୌରାଣିକ କଥାବସ୍ତୁ କୁ ନେଇ ଚଳିତ ବର୍ଷ ଗଜଲକ୍ଷ୍ମୀପୂଜା ଅବସରରେ ଚାଲିଥିବା ମୁରାସୁର ଦରବାର ମନୋରଞ୍ଜନ ଯୋଗାଉଥିବା ବେଳେ ଅନ୍ୟପଟେ ମିନାବଜାରରେ କିଣାବିକା ସହ ଚଟପଟା ଖାନାର ଭରପୁର ମଜା ନେଉଥିଲେ ଦର୍ଶକ ।

ମୁରାସୁରର ଅଟହାସ୍ୟରେ ପ୍ରକମ୍ପିତ ହେଉଛି ପଲସାଗୋରା ମକର ପଡିଆ । ଦେବରାଜ ଇନ୍ଦ୍ର ଓ ମୁରାସୁର ମଧ୍ୟରେ ସିଂହାସନ ଆରୋହଣ ପାଇଁ ଚାଲିଛି ଯୁଦ୍ଧ। ଯୁଦ୍ଧରେ ପରାସ୍ତ ହୋଇଥିଲେ ଇନ୍ଦ୍ର। ଏହାପରେ ସିଂହାସନ ଆରୋହଣ କରିଛନ୍ତି ଯୁବରାଜ ମୁରାସୁର। ଏହିପରି ପୌରାଣିକ କଥା ବସ୍ତୁକୁ ଦେଖିବା ପାଇଁ ପ୍ରତିଦିନ ଜମିଥିଲା ବହୁ ଦର୍ଶକଙ୍କ ଭିଡ଼ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଳକ ପଲସାଗୋରାଠାରେ ସ୍ୱସ୍ତିକ କ୍ଳବ ପକ୍ଷରୁ ଗଜଲଷ୍ମୀ ପୂଜା ୨୫ ବର୍ଷରେ ପର୍ଦାପଣ ସହ ରୋପ୍ୟଜୟନ୍ତୀ ପାଳନ କରୁଛି । ପୂଜାରେ ଏବର୍ଷ ବିଶେଷ ଆକର୍ଷଣ ସୁଦୃଶ୍ୟ ମେଢ଼, ଅଷ୍ଟଲକ୍ଷ୍ମୀମୂର୍ତ୍ତି ସ୍ଥାପନ ,ସୁସଜ୍ଜିତ ଆଲୋକମାଳା କରାଯାଇଛି।

କୁମାରପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ଗଜଲକ୍ଷ୍ମୀ ପୂଜା ଆଠଦିନ ଧରି ଚାଲିବ। ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଥିଲା ମୁରାସୁର ଦରବାର। ପ୍ରତିଦିନ ଯୁବରାଜ ମୁରାସୁର ସୁସଜ୍ଜିତ ରଥରେ ବସି ନଗର ପ୍ରରିକ୍ରମା କରିବା ସହିତ ରାଜ ଦରବାରକୁ ଆସିଥାନ୍ତି । ସତେ ଯେମିତି ମୁରାସୁରଙ୍କ ବିନା ଅନୁମତିରେ ଗଛରୁ ପତ୍ରଟିଏ ମଧ୍ୟ ହଲେନି ଭଳି ପରିବେଶ ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିଳମ୍ବିତ ରାତିଯାଏ ବାନ୍ଧି ରଖିଥିଲା । ଅନ୍ୟପକ୍ଷରେ ମିନାବଜାରରେ କିଣାବିକା ସହ ଚଟପଟା ଖାଦ୍ୟର ମଜା ନେଉଛନ୍ତି ଅଞ୍ଚଳର ହଜାର ହଜାର ଦର୍ଶକ ।

ଖାଲି ସେତିକି ନୁହେଁ ମନଂରଞ୍ଜନ ସହ ଅଂଚଳ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଞ୍ଚରେ ଅତିଥି ମାନଙ୍କୁ ନିମନ୍ତ୍ରଣ କରାଯାଉଛି । ଆଉ ବିଭିନ୍ନ ସମସ୍ୟା ନେଇ ନେତା ମାନଙ୍କୁ ପ୍ରଶ୍ନ ବାଣରେ ଘାଇଲା କରୁଛନ୍ତି ଯୁବରାଜ ମୁରାସୁର । ଆଉ ମୁରାସୁରଙ୍କ ପ୍ରଶ୍ନ ର ଉତ୍ତର ରଖୁଛନ୍ତି ନେତା । ଅଂଚଳରବିଭିନ୍ନ ସମସ୍ୟା ଉପରେ ଉତ୍ତର ରଖୁଛନ୍ତି ନେତା । ସେ ନେତା ହୁଅନ୍ତୁ କି ମନ୍ତ୍ରୀ କାହାକୁ ଛାଡୁନାହାନ୍ତି ମହାରାଜ ମୁରାସୁର। ମଞ୍ଚରେ ନେତାଏଁ ଘାଇଲା ହେଉଥିବା ବେଳେ ଦର୍ଶକ ମାନେ ଭରପୁର ମଜା ନେଉଛନ୍ତି ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପଂଚାୟତରାଜ,ଜଙ୍ଗଲ ଓ ପରିବେଶ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କଣ୍ଟାମାଲ ବିଧାୟକ ମହିଧର ରଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ସରକାରୀ ଓକିଲ ରାଧାବଲ୍ଲଭ ପ୍ରଧାନ ଯୋଗ ଥିଲେ। ଅନ୍ୟପକ୍ଷରେ ପୌରାଣିକ ନାଟକ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା।ତାସହିତ ଘରେଇ ଉପକରଣ କିଣିବା ଏବଂ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ଖାଇ ଭରପୁର ମଜା ନେଉଥିଲେ ଦର୍ଶକ । ଯାତ୍ରାକୁ ୨୫ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଚଳିତବର୍ଷ ପୂଜାକମିଟି ପକ୍ଷରୁ ଆୟୋଜିତ ହୋଇଥିବା ପୌରାଣିକ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ନିଶ୍ଚୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.