ଅଧା ରହିଗଲା ଝିଅ ଜନ୍ମ ଦିନ: ଗଛରେ ପିଟିଲା କାର, ଚାହୁଁ ଚାହୁଁ ଚାଲିଗଲା ୫ ଜୀବନ

ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଭୟଙ୍କର ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଯାଇଛି । ସମସ୍ତ ମୃତ ବ୍ୟକ୍ତି ଗୋଟିଏ ପରିବାରର ବୋଲି କୁହାଯାଉଛି ।

ପରିବାରରେ ଝିଅ ହେଲେ ପରିବାର ଲୋକଙ୍କ ଖୁସି କହିଲେ ନସରେ । ଝିଅ ଜନ୍ମ ଦିନର ଖୁସି ପାଳିବା ପାଇଁ ବର୍ତ୍ତମାନ ଲୋକମାନେ ପାର୍ଟି ରଖୁଛନ୍ତି । ଠିକ ସମାନ ଭାବେ ଏକ ପରିବାରରେ ଝିଅ ଜନ୍ମଦିନ ପାଳନ କରିବା ପାଇଁ ପରିବାର ଲୋକ ଘରୁ ବାହାରିଥିଲେ । ଖୁସି ମନରେ କାର ଧରି ଝିଅ ଜନ୍ମ ଦିନ ପାଲିବାକୁ ଯାଉଥିଲେ । କିନ୍ତୁ ଅଧାରେ ରହିଗଲା ଝିଅ ଜନ୍ମ ଦିନ । କାରଣ ହଠାତ କଣ ହେଲା କେଜାଣି ଗାଡ଼ିର ନିୟନ୍ତ୍ରଣ ରହିଲାନି । ଆଉ ଚାହୁଁ ଚାହୁଁ କାରଟି ଭାରସାମ୍ୟ ହରାଇ ପିଟି ଯାଇଥିଲା ଏକ ଗଛରେ । ଚାହୁଁ ଚାହୁଁ କାରରେ ଥିବା ସମସ୍ତ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଉତ୍ତରପ୍ରଦେଶର ହରଦୋଇରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି । ବିଲହୌର-କାଟରା ରାସ୍ତାରେ ଖମରିଆ ମୋଡ଼ ନିକଟରେ ଏକ କାର ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଭୟଙ୍କର ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଯାଇଛି । ସମସ୍ତ ମୃତ ବ୍ୟକ୍ତି ଗୋଟିଏ ପରିବାରର ବୋଲି କୁହାଯାଉଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏସପି, ଏଏସପି ଏବଂ ଅନେକ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣା ପଡ଼ିଛି ।

ଖାମହରିଆ ଗାଁ ନିକଟ ବିଲହୌର କାଟରା ରାଜପଥରେ ଏହି ଦୁର୍ଘଟଣା ଘଟିଛି । କାରଟି ରୂପାପୁରରୁ ସ୍ୱୟଜପୁର ଅଭିମୁଖେ ଯାଉଥିଲା । କୁହାଯାଉଛି ଯେ କାରଟି ପ୍ରଥମେ ଏକ କଲଭର୍ଟକୁ ସାମାନ୍ୟ ଧକ୍କା ଦେଇଥିଲା, ଯେଉଁ କାରଣରୁ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରକୁ ଯାଇଥିଲା । ଏହା ପରେ କାରଟି ରାସ୍ତାର ପାର୍ଶ୍ୱରେ ଥିବା ଏକ ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ନିକଟସ୍ଥ ଗାଁର ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ କାରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସଫଳ ହୋଇନଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କୌଣସି ପ୍ରକାରେ କାରରେ ଫସି ରହିଥିବା ସମସ୍ତ ମୃତ ଶରୀରକୁ ବାହାର କରିଥିଲା ।

ପୋଲିସ ସୂଚନାନୁସାରେ, ମୃତ ବ୍ୟକ୍ତିମାନେ ପଚରାଦେବ ଥାନା ଅନ୍ତର୍ଗତ ବାରା କାଣ୍ଠ କୋଟିଆ ଗାଁର ଅଧିବାସୀ । ତେବେ ହୋସିୟାରଙ୍କ ପୁଅ ସାଣ୍ଢି ଥାନା ଅନ୍ତର୍ଗତ ନୟାଗାଁରେ ରହୁଛି, ଯାହାର ଏକ ସପ୍ତାହ ପୂର୍ବରୁ ଝିଅ ହୋଇଥିଲା । ତେଣୁ ଝିଅ ଜନ୍ମ ଦିନ ଅବସରରେ ଏକ ସମାରୋହ କରାଯଇଥିଲା । ଏହି ସମାରୋହରେ ସାମିଲ ହେବା ପାଇଁ ହୋସିୟାର ଅନ୍ୟ ୪ ଜଣଙ୍କ ସହ କାରରେ ଯାଇଥିଲେ ।

ଏମାନେ କାରରେ ଯାଉଥିବା ସମୟରେ ହିଁ ରାସ୍ତାରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ମିଳିଥିବା ସୂଚନାନୁସାରେ କାର ଚାଳକଙ୍କ ଠାରୁ ମିଳିଥିବା ମୋବାଇଲ୍ ଫୋନ୍ ଦ୍ୱାରା ସମସ୍ତଙ୍କ ପରିଚୟ ମିଳିଥିଲା । ମୃତକଙ୍କ ସମ୍ପର୍କୀୟମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏସପି ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏଭଳି ଭୟାବହ ଦୁର୍ଘଟଣାରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି ।

ହରଦୋଇରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ପାଇଁ ପ୍ରାର୍ଥନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.