Below header

ମରକ୍କୋ ଭୂକମ୍ପ : ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ମାଟି ତଳୁ ଖୋଜା ଚାଲିଛି ଜୀବନ

ମରକ୍କୋରେ ବଢୁଛି ଭୂକମ୍ପ ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଜୋରସୋରରେ ଚାଲିଛି ରେସକ୍ୟୁ ଅପରେସନ୍ । ମାଟି ତଳୁ ଖୋଜା ଚାଲିଛି ମଣିଷ । ଧ୍ବଂସାବଶେଷ ତଳେ ଅନେକ ଫସି ରହିଥିବା ଓ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି ।

ନୂଆଦିଲ୍ଲୀ : ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ବଢୁଛି ଭୂକମ୍ପ ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । ୨ହଜାରରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ଆହୁରି ଅଧିକ ହୋଇପାରେ ମୃତାହତଙ୍କ ସଂଖ୍ୟା । ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଜୋରସୋରରେ ଚାଲିଛି ରେସକ୍ୟୁ ଅପରେସନ୍ । ମାଟି ତଳୁ ଖୋଜା ଚାଲିଛି ମଣିଷ । ଧ୍ବଂସାବଶେଷ ତଳେ ଅନେକ ଫସି ରହିଥିବା ଓ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଉଦ୍ଧାର ଓ ଚିକିତ୍ସା କାମରେ ଅହରହ ଲାଗିଛନ୍ତି ୨୫୦ରୁ ଅଧିକ ମେଡିକାଲ୍, ରିଲିଫ ଓ ରେସକ୍ୟୁ ଟିମ୍ ।

ଶୁକ୍ରବାର ରାତିରେ ୬.୮ ତୀବ୍ରତା ଭୂମିକଂପରେ ଥରିଥିଲା ମରକ୍କୋର ମାରାକେସ ସହର। ଏହାସହ ଅଲ ହୌଜ, ଓଆରଜାଟେ, ଅଜିଲାଲ, ଚିଚାଓଆ ଆଦି ଅଞ୍ଚଳରେ ହୋଇଥିଲା କମ୍ପନ । ମଧ୍ୟ ରାତିରେ ଲୋକମାନେ ଶୋଇଥିବା ବେଳେ ଭୂକମ୍ପ ହୋଇଥିବାରୁ ଅନେକ ଲୋକ ଘରୁ ବାହାରି ପାରିନଥିଲେ। ସହରର ଅଧିକାଂଶ କୋଠା ମାଟିରେ ମିଶିଥିବା ବେଳେ ବହୁ ବିଲ୍ଡିଂ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଭୂକଂପ ଗ୍ରାମୀଣ ଅଞ୍ଚଳରେ ହୋଇଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ଏବେ ବି ପ୍ରଭାବିତ ଘର ଭିତରକୁ ଯିବା ପାଇଁ ଭୟ କରୁଛନ୍ତି । ପୂର୍ବରୁ ୨୦୦୪ରେ ଉତ୍ତର ପୂର୍ବ ମରକ୍କୋର ଅଲ୍ ହୋକିଇମା ଠାରେ ଶକ୍ତିଶାଳୀ ଭୂମିକଂପରେ ୬୨୮ ଜଣ ଲୋକଙ୍କ ଜୀବନ ହାନି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.