Below header

G20 ସମ୍ମିଳନୀର ଆଜି ଦ୍ବିତୀୟ ଦିନ: ମହାତ୍ମା ଗାନ୍ଧିଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବିଶ୍ୱ ନେତା

G20 ସମ୍ମିଳନୀର ଆଜି ଦ୍ବିତୀୟ ଦିନ । ଆଜି ବିଶ୍ବ ନେତାମାନେ ରାଜଘାଟ ଯିବେ । ସକାଳ ୯ଟାରେ ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବିଭିନ୍ନ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।ହାପରେ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନ ଆରମ୍ଭ ହେବ ।

ନୂଆଦିଲ୍ଲୀ : G20 ସମ୍ମିଳନୀର ଆଜି ଦ୍ବିତୀୟ ଦିନ । ଆଜି ବିଶ୍ବ ନେତାମାନେ ରାଜଘାଟ ଯିବେ । ସକାଳ ୯ଟାରେ ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବିଭିନ୍ନ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ୧୦ଟାରେ ଭାରତ ମଣ୍ଡପମ୍ ର ସାଉଥ ପ୍ଲାଜାରେ ବୃକ୍ଷରୋପଣ ସମାରୋହ ଆୟୋଜନ କରାଯିବ । ଏହାପରେ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନ ଆରମ୍ଭ ହେବ । ବୈଠକରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ, ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଜାପାନା ପ୍ରଧାନମନ୍ତ୍ରୀ ପ୍ରମୁଖ ।

ଗତକାଲି G20 ସମ୍ମିଳନୀର ପ୍ରଥମ ଦିନରେ ଅନେକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ଘୋଷଣାନାମାକୁ ଗ୍ରହଣ କରିଛନ୍ତି ଜି ୨୦ ରାଷ୍ଟ୍ରସମୂହ। ୫ଟି ବିନ୍ଦୁ ଉପରେ ଫୋକସ କରିଛି ନୂଆଦିଲ୍ଲୀ ଘୋଷଣାନାମା। ପ୍ରଥମ ହେଉଛି ଦୃଢ଼, ସ୍ଥାୟୀ, ସନ୍ତୁଳିତ ଏବଂ ସମାବେଶୀ ଅଭିବୃଦ୍ଧି। ଦ୍ବିତୀୟରେ SDGs ବା ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ସ ଉପରେ ତ୍ବରାନ୍ବିତ ପ୍ରଗତି। ତୃତୀୟଟି ହେଲା , ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି। ଚତୁର୍ଥରେ ଏକବିଂଶ ଶତାବ୍ଦୀ ପାଇଁ ବହୁପାକ୍ଷିକ ଅନୁଷ୍ଠାନ ଏବଂ ବହୁ ପକ୍ଷବାଦକୁ ନୂଆ ଶକ୍ତି ପ୍ରଦାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.