Below header

ପ୍ରୋଟୋକଲ୍ ଭାଙ୍ଗି ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେଲେ ୧୦୬ ବର୍ଷୀୟ ବୃକ୍ଷମାତା

ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ସମାରୋହରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଘଟଣା । କର୍ଣ୍ଣାଟକର ବୃକ୍ଷମାତା କୁହାଯାଉଥିବା ୧୦୭ ବର୍ଷର ଶାଲୁମରଦା ଥିମକ୍କାଙ୍କୁ ପଦ୍ମ ପୁରସ୍କାର ଦିଆଯାଉଥିବା ସମୟରେ ଶାଲୁମରଦା ରାଷ୍ଟ୍ରପତିଙ୍କ ମୁଣ୍ଡକୁ ଛୁଇଁ ଆଶୀର୍ବାଦ ଦେଇଥିଲେ । ଆଉ ସେହି ସମୟରେ ରାଷ୍ଟ୍ରପତି ମଧ୍ୟ ମୁଣ୍ଡ ନୁଆଇଁ ଏହାକୁ ସାଦରେ ଗ୍ରହଣ କରିନେଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତି ଥିବା ସବୁ ବକ୍ତି ବିଶେଷ ଉତ୍ସାହରେ ତାଳି ମାରିବାକୁ ଲାଗିଲେ ।

ଥିମକ୍କା ନିଜ ଅଞ୍ଚଳ ହୁଲିକାଳ ଠାରୁ କୁଦୁର ପର୍ଯ୍ୟନ୍ତ ରାଜପଥରେ ୪ କିମି ବ୍ୟାପି ଗଛ ଲଗାଇଥିଲେ । ପାଖପାଖି ୪୦୦ ବରଗଛ ଲଗାଇବାସହ ୮୦୦ ରୁ ଉର୍ଦ୍ଧ ଅନ୍ୟାନ ଗଛ ଲାଗାଇଥିବାରୁ ତାଙ୍କୁ ବୃକ୍ଷମାତାର ଉପାଧି ମିଳିଥିଲା । ଆଉ ତାଙ୍କର ଜୀବନ ବ୍ୟାପି ଏହି ବୃକ୍ଷସେବା ପାଇଁ ତାଙ୍କୁ ପଦ୍ମ ପୁରସ୍କାର ଦିଆଯିବା ବୋଲି ଘୋଷଣା କରାଯାଇଥିଲା । ପୁରସ୍କାର ନେବା ବେଳେ ଥିମକ୍କା ଏକ ସବୁଜ ରଙ୍ଗର ଶାଢି ପିନ୍ଧି ମଥାରେ ଶିବ ତିଳକ ମାରି ସମାରୋହକୁ ଆସିଥିଲେ । ଆଉ ତାଙ୍କୁ ଯେତେବେଳ ପଦ୍ମ ପୁରିସ୍କାର ଦିଆଯାଉଥିଲା ,ସେତେବେଳେ ରାଷ୍ଟ୍ରପତି ତାଙ୍କୁ କ୍ୟାମେରାକୁ ଚାହିଁବାକୁ କହିଲେ । କିନ୍ତୁ ଥିମକ୍କା କ୍ୟାମେରାକୁ ଚାହିଁବା ପୁର୍ବରୁ ତାଙ୍କ ହାତକୁ ରାଷ୍ଟପତିଙ୍କ ମଥାରେ ରଖି ଆଶୀର୍ବାଦ ଦେଇଥିଲେ । ଏହି ୧୦୭ବର୍ଷ ବୟସ୍କା ବୃଦ୍ଧାଙ୍କ ଆଶିଷ ପାଇଲା ପରେ ରାଷ୍ଟପତି ତାଙ୍କ ବିଷୟରେ ଟ୍ବିଟରରେ ପୋଷ୍ଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.