Below header

କୋଭିଡ ଟିକାକରଣ ପରେ ମାଆମାନଙ୍କୁ ସ୍ତନପାନ ରୋକିବା ଆବଶ୍ୟକ ନାହିଁ: ସରକାର

ସାରା ଦେଶରେ ଏବେ କରୋନାର ପ୍ରକୋପ ଜାରି ରହିଛି। ସରକାର ୧୮ ବର୍ଷରୁ ଊର୍ଦ୍ଧ୍ଵ ଦେଶର ସମସ୍ତ ଲୋକଙ୍କୁ କରୋନା ଭ୍ୟାକ୍ସିନ ନେବାକୁ କହୁଛନ୍ତି। ତେବେ ଏହାରି ଭିତରେ ବି କରୋନା ଭ୍ୟାକ୍ସିନକୁ ନେଇ ଅନେକ ମିଥ୍ୟା ଗୁଜବ ସାମ୍ନାକୁ ଆସିବାରେ ଲାଗିଛି। ଏବେ କେନ୍ଦ୍ର ସରକାର ଲୋକଙ୍କ ମନରୁ ଏମିତି କିଛି ଭୁଲ ଧାରଣା ଦୂର କରିଛନ୍ତି।

ନୀତି ଆୟୋଗର ସଦସ୍ୟ ଡାକ୍ତର ବି କେ ପଲ ଏହା ଉପରେ କହିଛନ୍ତି, ଅନେକ ଲୋକଙ୍କ ମଧ୍ୟରେ ଏହି ଦ୍ବନ୍ଦ୍ୱ ଲାଗି ରହିଛି କି, ସ୍ତନପାନ କରାଉଥିବା ମାଆମାନେ ଶିଶୁଙ୍କୁ କ୍ଷୀର ପିଆଇ ପାରିବେ କି ନାହିଁ। ତେବେ ଭ୍ୟାକ୍ସିନର ସ୍ତନପାନ ଉପରେ କୌଣସି ପ୍ରଭାବ ପଡିବା ଉଚିତ ନୁହେଁ।

ଡାକ୍ତର ପଲଙ୍କ କହିବା ହେଲା, ମହିଳାମାନେ ଶିଶୁଙ୍କୁ ପୂର୍ବରୁ ଯେଭଳି ସ୍ତନପାନ କରାଉଥିଲେ, ଭ୍ୟାକ୍ସିନ ନେବା ପରେ ମଧ୍ୟ ସେହିଭଳି ସ୍ତନପାନ କରାଇ ପାରିବେ। କିଛି ଘଣ୍ଟା ପାଇଁ ବି ଏହାକୁ ରୋକିବାର କୌଣସି ଆବଶ୍ୟକ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.