Below header

ଏମିତି ମନ୍ଦିର, ଯେଉଁଠି ପୁରୁଷଙ୍କୁ ପୂଜା କରିବା ଓ ଯିବାକୁ ମନା

ଭାରତରେ ଏମିତି ସବୁ ମନ୍ଦିର ରହିଛି କେଉଁଠିକୁ ମହିଳାଙ୍କୁ ଯିବାକୁ ମନା ତ କେଉଁଠି ମହିଳାଙ୍କୁ ପୂଜା ମନା । ହେଲେ ଆପଣ ଜାଣନ୍ତି କି ଭାରତରେ ଏମିତି କିଛି ମନ୍ଦିର ଅଛି ଯେଉଁଠିକୁ ପୁରୁଷଙ୍କୁ ପୂଜା କରିବା ମନା । ଖାଲି ପୂଜା ତ ନୁହେଁ ମନ୍ଦିରକୁ ଯିବା ମନା । ପୁରୁଷଙ୍କୁ ମନା ଥିବା ଦେଶରେ ଏମିତି କିଛି ମନ୍ଦିର ସମ୍ପର୍କର ଆସନ୍ତୁ ଜାଣିବା ।

kamakshya temple.

୧. କାମାକ୍ଷା ମନ୍ଦିର (ଗୋହାଟି, ଆସାମ) :

ଆସାମ କାମାକ୍ଷା ମନ୍ଦିର ସମ୍ପର୍କରେ ମାନ୍ୟତା ରହିଛି ଯେ ଏଠାରେ କେବଳ ପିରିୟଡ୍‌ସ ସମୟରେ ପୂଜା କରାଯାଏ । ମହିଳାମାନେ ପିରିୟଡ୍‌ସ ସମୟରେ ଏଠାକୁ ଆସିପାରିବେ । ଏଠାରେ ପୂଜାରୀ ବି ମହିଳା । ମାତା ସତିଙ୍କ ମାସିକ ଧର୍ମ ବାଲା କପଡ଼ା ବହୁତ ପବିତ୍ର ମନାଯାଏ । ଏହି ମନ୍ଦିର ୧୦୮ ଶକ୍ତି ପୀଠ ମଧ୍ୟରୁ ଏକ ।

ମାନ୍ୟତା ଯେ ଯେବେ ସତୀ ମାତା ପିତାଙ୍କ ଯଜ୍ଞ କୁଣ୍ଡକୁ ଡେଇଁ ଆତ୍ମାହୁତି ଦେଲେ ଭଗବାନ ଶିବ ଏଥିରେ କ୍ରୋଧିତ ହୋଇଗଲେ । ଭଗବାନ ଶିବ ସତୀଙ୍କ ଶରୀରକୁ ନେଇ ତାଣ୍ଡବ କରିବାକୁ ଲାଗିଲେ । ସୃଷ୍ଟିକୁ ବଞ୍ଚାଇବା ପାଇଁ ସୁଦର୍ଶନ ଚକ୍ରରେ ସତୀଙ୍କ ଶରୀରକୁ କାଟି ଦିଆଯାଇଥିଲା । ଫଳରେ ସତୀଙ୍କ ଶରୀର ୧୦୮ ଅଂଶରେ ପୃଥିବୀ ପୃଷ୍ଟରେ ବିଭିନ୍ନ ସ୍ଥାନରେ ପଡ଼ିଥିଲା । ସେହି ସବୁ ସ୍ଥାନ ଶକ୍ତି ପୀଠର ମାନ୍ୟତା ପାଇଲା । କାମାକ୍ଷାରେ ମାତା ସତୀଙ୍କ ଗର୍ଭ ଓ ଯୋନୀ ପଡ଼ିଥିଲା । ତେଣୁ ଏଠାରେ ମୂର୍ତ୍ତି ମଧ୍ୟ ଯୋନୀ ରୁପରେ ବିଦ୍ୟମାନ । ମନ୍ଦିରରେ ଏକ ଗର୍ଭ ଗୃହ ମଧ୍ୟ ରହିଛି ।

brahma temple in puskar
photo credit: Holidify

୨. ବ୍ରହ୍ମାଦେବ ଙ୍କ ମନ୍ଦିର (ପୁଷ୍କର, ରାଜସ୍ଥାନ) :

ସାଧାରଣତଃ ବ୍ରହ୍ମାଦେବଙ୍କର ମନ୍ଦିର ନଥିବା ପୁରାଣରେ ବର୍ଣ୍ଣିତ ରହିଛି । ତେବେ ସାରା ଭାରତବର୍ଷରେ ଏକମାତ୍ର ପୁଷ୍କର ରେ ବ୍ରହ୍ମାଦେବଙ୍କର ଏକ ମନ୍ଦିର ରହିଛି । ଏହି ମନ୍ଦିର ଐତିହାସିକ ମାନ୍ୟତା ରହିଛି ଯେ ଏଠାକୁ କେହି ବିବାହିତ ପୁରୁଷଙ୍କୁ ଆସିବା ମନା । ଯଦି କେହି ବିବାହିତ ପୁରୁଷ ଏହି ମନ୍ଦିରକୁ ଆସନ୍ତି, ତାଙ୍କ ଜୀବନରେ ଦୁଃଖ ଆସିଥାଏ । ପୁରୁଷ ମନ୍ଦିର ବାହାର ପର୍ଯ୍ୟନ୍ତ ଆସିଥାନ୍ତି । ହେଲେ ମହିଳା ମନ୍ଦିରରେ ପୂଜା କରିଥାନ୍ତି ।

bhagabati temple

୩. ଭଗବତୀ ଦେବୀ ମନ୍ଦିର(କନ୍ୟାକୁମାରୀ, ତାମିଲନାଡୁ) :

ଏହି ମନ୍ଦିର କନ୍ୟାକୁମାରୀରେ ସ୍ଥିତ । ଏଠାରେ ମା’ଭଗବତୀ ଆଦିଶକ୍ତିଙ୍କ ପୂଜା ହୋଇଥାଏ । ଯାହାଙ୍କୁ ଦୁର୍ଗାଙ୍କ ରୁପ ବୋଲି ମନାଯାଏ । ଏହି ମନ୍ଦିରକୁ ପୁରୁଷଙ୍କୁ ଆସିବା ମନା । ଏଠାକୁ ପୂଜା କରିବା ପାଇଁ କେବଳ ମହିଳାମାନେ ଆସିଥାନ୍ତି । କିନ୍ନର ବି ଏଠାକୁ ଆସି ପୂଜା କରିପାରିବେ । ଯଦି କେହି ପୁରୁଷ ଏଠାକୁ ଆସିବାକୁ ଚାହାଁନ୍ତି ତେବେ ତାଙ୍କୁ ସ୍ତ୍ରୀଙ୍କ ପରି ୧୬ ଶୃଙ୍ଗାର କରି ଆସିବାକୁ ପଡ଼ିଥାଏ ।

santoshi mata mandir

୪. ସନ୍ତୋଷୀ ମାତା ମନ୍ଦିର (ଯୋଧପୁର, ରାଜସ୍ଥାନ) :

ଯୋଧପୁରରେ ମାତା ସନ୍ତୋଷୀଙ୍କ ଏକ ବିରାଟ ମନ୍ଦିର ରହିଛି । ପୌରାଣିକ ମାନ୍ୟତା ଅନୁଯାୟୀ, ଏଠାରେ ପ୍ରତି ଶୁକ୍ରବାର ମହିଳାମାନେ ମା’ଙ୍କ ଖାସ୍‌ ପୂଜା କରନ୍ତି । ଏହି ସମୟେରେ ପୁରୁଷଙ୍କୁ ଏଠାକୁ ପ୍ରବେଶ ମନା । ୧୯୬୦ ଦଶକ ଠାରୁ ଏହି ମନ୍ଦିର ବେଶ ଲୋକପ୍ରିୟ ହୋଇ ଉଠିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.