Below header

ମୁକେଶ ଅମ୍ବାନୀ ଦୁବାଇରେ କିଣିବେ ସବୁଠୁ ଦାମୀ ଘର, ଦେଖନ୍ତୁ ବାହାରୁ ଦେଖାଯାଏ କେମିତି

ନୂଆଦିଲ୍ଲୀ : ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ହେଉଛନ୍ତି ଜଣେ । ଖବର ମିଳୁଛି ଯେ ମୁକେଶ ଅମ୍ବାନୀ ଦୁବାଇରେ ବିଚ ସାଇଡ ଭିଲାର କ୍ରେତା ଅଟନ୍ତି । ଏହି ଭିଲାର ମୂଲ୍ୟ ୮୦ ମିଲିୟନ ଡଲାର ବା ପ୍ରାୟ ୬୩୯ କୋଟି ଟଙ୍କା ହେବ । ମୁକେଶ ଅମ୍ବାନୀ ଏହି ସହରରେ ସବୁଠୁ ବଡ଼ ରେସିଡେନ୍ସିଆଲ ସମ୍ପତ୍ତି କଣିବା ବ୍ୟକ୍ତି । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ପାମ୍‌ ଜୁମେରାହ ବିଚ୍‌ ରେ ଏହି ସମ୍ପତ୍ତିକୁ ଚଳିତ ବର୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ନାମରେ କିଣାଯାଇଛି ।

ଶାହରୁଖ ଖାନ୍‌ ହେବେ ପଡୋଶୀ

ସମୁଦ୍ର କୂଳରେ ଏହି ଅଟ୍ଟାଳିକା ହାତ ପାପୁଲି ଆକାର ଭଳି ଏକ କୁର୍ତ୍ତି୍ରମ ଦୀପ ମଧ୍ୟରେ ଅବସ୍ଥିତ । ଏଥିରେ ୧୦ ଟି ବେଡ ରୁମ, ଏକ ସ୍ପା ଓ ଇନଡୋର ଓ ଆଉଟଡୋର ପୁଲ୍‌ ରହିଛି । ଏଠାକାର ସରକାର ଗୋଲ୍ଡେନ ଭିସା ଜରିଆରେ ଟୁରିଷ୍ଟଙ୍କୁ ଆକର୍ଷିତ କରିବା ସହ ଏଠାରେ ଘର କିଣିବା ପାଇଁ ନିୟମ କୋହଳ କରିଛନ୍ତି । ଏଠାରେ ପୂର୍ବରୁ ଘର କିଣିଥିବା ବ୍ରିଟିସ ଫୁଟବଲର ଡେଭିଡ ବ୍ରେକହମ ଓ ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ଭଳି ବ୍ୟକ୍ତିତ୍ୱ ମୁକେଶ ଅମ୍ବାନୀଙ୍କ ପଡୋଶୀ ହେବେ ବୋଲି କୁହାଯାଉଛି ।

ପଶ୍ଚିମରେ ଅମ୍ବାନୀଙ୍କ ବ୍ୟବସାୟ ଦୃଷ୍ଟି

ଅନନ୍ତ ଅମ୍ବାନୀ ୯୩.୩ ଆରବ ଡଲାର ସମ୍ପତ୍ତିର ମାଲିକ ମୁକେଶ ଅମ୍ବାନୀଙ୍କ ୩ ପୁଅଙ୍କ ମଧ୍ୟରୁ ଜଣେ । ବିଶ୍ୱର ୧୧ ତମ ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଧିରେଧିରେ ପଶ୍ଚିମ ଦେଶରେ ନିଜର କାରବାର ବଢ଼ାଇବା ପାଇଁ ଚିନ୍ତା କରୁଥିବା ଏହି ଘର କିଣିବାର ମୂଳ କାରଣ ହୋଇପାରେ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.