Below header

ପୁଣି ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା, ୨୪ ଘଣ୍ଟା ମଧ୍ୟରେ ଦୁଇ ଥର ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ

ସମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କୁ ରବିବାର ପେଟ ଯନ୍ତ୍ରଣା କାରଣରୁ ଲଖନଉର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ଜରାଯାଇଛି। ଏହା ଗତ ୨୪ ଘଣ୍ଟାରେ ଦୁଇ ଥର ହୋଇଛି ଅର୍ଥାତ ଗୋଟିଏ ଦିନରେ ତାଙ୍କୁ ଦୁଇ ଦୁଇ ଥର ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହା ପୂର୍ବରୁ ଗୁରୁବାର ପେଟ ଜନିତ ସମସ୍ୟା କାରଣରୁ ତାଙ୍କୁ ହସ୍ପିଟାଲରେ ଆଡ଼ମିଟ କରାଯାଇଥିଲା। କୋଲୋନୋସ୍କୋପି ପରେ ତାଙ୍କୁ ଆରାମ ମିଳିଥିଲା ଏବଂ ଶନିବାର ତାଙ୍କୁ ଡିସଚାର୍ଜ କରିଦିଆଯାଇଥିଲା।

କିନ୍ତୁ ରବିବାର ଅଚାନକ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଗଲା ଯାହାପରେ ତାଙ୍କୁ ପୁନର୍ବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ତାଙ୍କ ସହିତ ଅଖିଲେଶ ଯାଦବ ଏବଂ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.