ନାୟବ ତହସିଲଦାର ମାଗିଲେ ୨୫ ହଜାରର ଲାଞ୍ଚ ତ ଗରିବ କୃଷକ ନିଜ ମଇଁଷିକୁ ଆଣି ବାନ୍ଧିଦେଲେ ବାବୁଙ୍କ କାରରେ
ମଧ୍ୟପ୍ରଦେଶର ସିରୋଜରେ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି I ଏଠାରେ ଜଣେ ନାଏବ ତହସିଲଦାର ଏକ ଗରିବ କୃଷକକୁ ୨୫ ହାଜର ଟଙ୍କାର ଲାଞ୍ଚ ମାଗିଥିଲେ I ଯାହାପରେ କରଜରେ ବୁଡି ରହିଥିବା କୃଷକ ଜଣକ ନିଜର ମଇଁଷିକୁ ତହସିଲଦାରଙ୍କ କାରରେ ବାନ୍ଧି ଦେଇଥିଲେ I
जी हां ये है मध्य प्रदेश के विदिशा जिले कीतहसील सिरोंज के ग्राम पथरिया निवासी भूपत सिंह रघुवंशी !
जिससे नायब तहसीदार साहब 25000 की रिश्वत मांग रहे थे।
कर्ज में फंसे किसान ने रिश्वत में दे दी अपनी भैंस।@OfficeOfKNath मस्त जनता पस्त pic.twitter.com/kOUGa9nYzs— Vijesh Lunawat (@vijeshlunawat) September 11, 2019
ସୂଚନା ଅନୁଯାୟୀ ଭୂପତ ରଘୁବଂଶୀ ସ୍ଥିତ ପଥରୀୟା ଗ୍ରାମର ସିରୋଜ ନିଜ ଜମିକୁ ଭାଗକରିବା ନେଇ ଗତ କିଛିମାସ ହେବ ଚିନ୍ତିତ ଥିଲେ I କିନ୍ତୁ ନାୟବ ତହସିଲଦାର ଦ୍ୱାରା ଲାଞ୍ଚ ଦାବି କରାଯାଉଥିବାରୁ ତାଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ I ତେଣୁ ସେ ଏସଡ଼ିଏମ ନିକଟକୁ ଏକ ଅଭିଯୋଗ ପତ୍ର ଲେଖିଛନ୍ତି I ସେଥିରେ ସେ କହିଛନ୍ତି ଗତ ସାତ ମାସ ହେବ ମୋର ବାପାଙ୍କ ଜମିକୁ ନିଜ ନାମରେ କରାଇବା ପାଇଁ ତହସିଲ ପାଖକୁ ଯାଇ ଯାଇ ଥକି ପଡିଲିଣି I ବର୍ତ୍ତମାନ ମୋର ବାପା ଜୀବିତ ଅଛନ୍ତି ଯଦି ତାଙ୍କ ସାମ୍ନାରେ ଜମି ଗୁଡିକ ଠିକ ଠିକ ଭାଗ ବଣ୍ଟା ହୋଇଯାଏ ତାହେଲେ ଭଲ ହୁଅନ୍ତା ଏବଂ ମୋ ପାଖରେ ଅର୍ଥର ଅଭାବ ରହିଥିବାରୁ ନିଜର ମଇଁଷିକୁ ନ୍ୟାୟବ ତହସିଲଦାର ସିଦ୍ଧାନ୍ତ ସିଂଗଲାଙ୍କୁ ଦେଇ ଯାଉଛି I ସେ ତାକୁ ବିକ୍ରି କରି ନିଜର ଅର୍ଥ ଲାଳସାକୁ ପୁରଣ କରନ୍ତୁ I ଏହା ସହିତ ଏହି ଅଭିଯୋଗର ଏକ ନକଲ ସେ ବିଦିଶା କଲେକ୍ଟରଙ୍କ ନିକଟକୁ ମଧ୍ୟ ପଠାଇଥିଲେ I
ଏହାସହ ପଢନ୍ତୁ ନଅ ହଜାର ଟଙ୍କାର ଚାଲାଣ ବିରୋଧରେ ଲଢ଼ିଲେ ତିନିବର୍ଷ ଏବଂ ଖର୍ଚ୍ଚ କଲେ ୨୭ ଲକ୍ଷ
ଏହି ଘଟଣାକୁ ବିଜେଶ୍ ଲୁନାୱତ ନାମକ ଜଣେ ବ୍ୟକ୍ତି ଟୁଇଟ କରି ସିଏମ ଅଫିସକୁ ତ୍ୟାଗ କରିଦେଇଥିଲେ I ଏହାପରେ ଟ୍ୱିଟରରେ ଲୋକମାନେ ଏହାର ନିନ୍ଦା କରିବା ସହିତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ I ଅନନ୍ତ ମିଶ୍ର ନାମକ ଏକ ବ୍ୟକ୍ତି ଲେଖିଥିଲେ କମଲନାଥ ସରକାରରେ କେବଳ ଏହିଦିନ ଦେଖିବା ବାକି ରହିଗଲା ଯେଉଁଦିନ ଲୋକମାନେ ନିଜର ସ୍ତ୍ରୀ-ପିଲାଙ୍କୁ ବନ୍ଧକ ରଖିବାକୁ ପଡିବ I