ବୈଜ୍ଞାନିକମାନେ ଖୋଜି ବାହାର କଲେ ପକ୍ଷୀ ମାନଙ୍କର ଭାଷା, ଏମାନେ ବି କରିଥାନ୍ତି ମଣିଷଙ୍କ ଭଳି କରିଥାନ୍ତି କଥାବାର୍ତ୍ତା

ପକ୍ଷୀମାନେ ମଧ୍ୟ ମଣିଷ ମାନଙ୍କ ଭଳି କଥା କହିପାରନ୍ତି ଏବଂ ସେମାନେ ନିଜ ନିଜ ମଧ୍ୟରେ ଭାଷାର ଆଦାନ ପ୍ରଦାନ ମଧ୍ୟ କରିଥାନ୍ତି I ବୈଜ୍ଞାନିକମାନେ ପକ୍ଷୀ ମାନଙ୍କ ଗୁଞ୍ଜରଣରୁ ଏକ ଭାଷା ଖୋଜି ବାହାର କରିଛନ୍ତି I ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଆମର ଭାଷାରେ ଥିବା ବାକ୍ୟ, ଶବ୍ଦ ଏବଂ ଅକ୍ଷର ଭଳି ପକ୍ଷୀ ମାନଙ୍କ ଗୁଞ୍ଜରଣରେ ମଧ୍ୟ ଏହା ଲୁଚି ରହିଥାଏ I ମଣିଷମାନଙ୍କ ଭଳି ପକ୍ଷୀମାନେ ମଧ୍ୟ ନିଜ ଭିତରେ କଥାବାର୍ତ୍ତା ହୋଇଥାନ୍ତି I

सांकेतिक तस्वीर

ଏକ ଗବେଷଣାରୁ ଏହା ଜଣାପଡିଛି ଯେ ପକ୍ଷୀ ମାନଙ୍କର ଶବ୍ଦ ମଧ୍ୟ ମଣିଷମାନଙ୍କ ଭାଷା ଭଳି ଛୋଟ ଛୋଟ ଅକ୍ଷରକୁ ନେଇ ହୋଇଥାଏ I ଯାହାକି ସଂଗଠିତ ହେଲାପରେ କୌଣସି ଶବ୍ଦ ବା ବାକ୍ୟ ଭଳି ହୋଇଥାଏ I

ଏହାସହ ପଢନ୍ତୁ ନାୟବ ତହସିଲଦାର ମାଗିଲେ ୨୫ ହଜାରର ଲାଞ୍ଚ ତ ଗରିବ କୃଷକ ନିଜ ମଇଁଷିକୁ ଆଣି ବାନ୍ଧିଦେଲେ ବାବୁଙ୍କ କାରରେ

ସ୍ୱିଜରଲ୍ୟାଣ୍ଡର ଜ୍ୟୁରିଖ ୟୁନିଭର୍ସିଟିର ଗବେଷକମାନେ ସବରୀନା ଏନଗେଜରର ନେତୃତ୍ୱରେ ଅଷ୍ଟ୍ରେଲିୟାଇ ପକ୍ଷୀ ‘ଚେଷ୍ଟନଟ କ୍ରାଉଣ୍ଡ-ବବଲର’ର ଧ୍ୱନିକୁ ବିଶ୍ଲେସଣ କରିଥିଲେ I ଏବଂ ଏଥିରୁ ଜଣାପଡିଥିଲା ଯେ ମଣିଷମାନଙ୍କ ଭାଷା ଭଳି ସେମାନଙ୍କ ଭାଷାକୁ ମଧ୍ୟ ଭଙ୍ଗାଯାଇପାରିବ I