ରାନୁ ମଣ୍ଡଳଙ୍କ ବିଷୟରେ କହିବା ସମୟରେ କାନ୍ଦି ପକାଇଲେ ହିମେଶ୍‌, ଭିଡିଓ ଦେଖି ଆପଣ ମଧ୍ୟ ହୋଇଯିବେ ଭାବୁକ

ଗତକାଲି ହିମେଶ ରେସମିୟାଙ୍କ ଫିଲ୍ମ ‘ହାପି ହାର୍ଡି ଏବଂ ହୀର୍‌ ର ଗୀତ ତେରୀ ମେରୀ କାହାନି’ ରିଲିଜ୍‌ ହୋଇସାରିଛି। ସୋସିଆଲ ମିଡିୃାରେ ଷ୍ଟାର ହୋଇଥିବା ରାନୁ ମଣ୍ଡଳଙ୍କ ଏହି ଗୀତର ସୁଟିଂ ଖୁବ୍‌ ଖୁସିରେ ହୋଇଥିଲା। କିନ୍ତୁ ଏହି ଗୀତ ଲଞ୍ଚ ହେବା ସମୟରେ ଏପରି ଏକ ସମୟ ଆସିଥିଲା ଯେଉଁ ସମୟରେ ହିମେଶ କାନ୍ଦି ପକାଇଥିଲେ।

ଫିଲ୍ମ ‘ହାପି ହାର୍ଡି ଏବଂ ହୀର୍‌ ର ଗୀତ ତେରୀ ମେରୀ କାହାନି’ ର ଲଞ୍ଚିଙ୍ଗ୍‌ ଇଭେଣ୍ଟରେ ରାନୁ ମଣ୍ଡଳ, ହିମେଶ ରେସମିୟା ଏବଂ ତାଙ୍କ ପତ୍ନୀ ସୋନିୟା କପୁର ମଧ୍ୟ ଉପସ୍ଥିତ ଥିଲେ। ଗଣମାଧ୍ୟମରେ ହିମେଶ ଫିଲ୍ମ ଏବଂ ରାନୁ ମଣ୍ଡଳଙ୍କ ବିଷୟରେ କହିବା ସମୟରେ ହଠାତ୍‌ ହିମେଶ ଭାବୁକ ହୋଇ କାନ୍ଦିବାକୁ ଲାଗିଥିଲେ। ଏହି ସମୟରେ ତାଙ୍କ ପତ୍ନୀ ସୋନିୟା ହିମେଶଙ୍କୁ ସାନ୍ତନା ଦେବା ସହ ତାଙ୍କ ଲୁହ ମଧ୍ୟ ପୋଛି ଦେଇଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ଦର୍ଶକମାନେ ଏହି ଫଟୋରେ ହିମେଶଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଏଥିସହ ରାନୁଙ୍କୁ ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

himeshଏହି ଖାସ୍‌ ଦିନରେ ରାନୁ କହିଛନ୍ତି- ମୁଁ ସମସ୍ତ ଲୋକମାନଙ୍କ ନିକଟରେ ରୁଣି। କାରଣ ମତେ ସବୁ ଲୋକମାନେ ଏତେ ଭଳପାଇବା ଦେଇଛନ୍ତି। ଦର୍ଶକମାନଙ୍କ ପାଇବା ପାଇଁ ମତେ ଆଜି ଗୀତ ଗାଇବାର ସୁଯୋଗ ମିଳିଛି। ଏହାବ୍ୟତୀତ ରାନୁ କହିଛନ୍ତି ଯଦି ମତେ ଲୋକମାନଙ୍କ ଭଲପାଇବା ମିଳିନଥାନ୍ତା ତେବେ ମୁଁ ଗୀତ ଗାଇବାର ସୁଯୋଗ ପାଇପାରିନଥାନ୍ତି। ମୋ ଉପରେ ଈଶ୍ୱରଙ୍କ ଆଶୀର୍ବାଦ ରହିଥିବାରୁ ମୁଁ ଆଜି ଗୀତ ଗାଇପାରିଲି। ଯେତେବେଳେ ମୁଁ ଗୀତ ବୋଲିବା ଆରମ୍ଭ କରିଥିଲି ସେତେବେଳେମଧ୍ୟ ମୁଁ କେବେ ଭାବିନଥିଲି ଲଭଳି ଯାଗାରେ ପହଞ୍ଚିବି ବୋଲି। କିନ୍ତୁ ମତେ ମୋର ଆବାଜ୍‌ରେ ପୂରା ଭରସା ଥିଲା।

ଏହାସହ ପଢନ୍ତୁ: ଜହାନାବାଦର ଇତିହାସ ରଚିଲେ ସନୋଜ ରାଜ୍‌, KBC ସିଜନ୍‌ 11 ର ହେଲେ ପ୍ରଥମ କୋଟିପତି

ମୁଁ ଲତା ମଙ୍ଗେସକରଙ୍କ କଣ୍ଠସ୍ୱରରେ ପ୍ରେରିତ ଏବଂ ଛୋଟ ବେଳୁ ହିଁ ତାଙ୍କ ପରି ଗୀତ ଗାଇବା ପାଇଁ ଚେଷ୍ଟା କରୁଛି। ଏହାବ୍ୟତୀତ ରାନୁ କହିଛନ୍ତି ମୁଁ କେବେ ବି ନିଜର ଆଶା ହରାଇନଥାଏ। କିଦନ୍ତୁ ହଁ ଟେଜରେ ଗୀତ ଗାଇବାର ସୁଯୋଗ ହିମେଶ ଦେଇଛନ୍ତି ଯାହା ମୁଁ କେବେ ଭାବିନଥିଲି। ପୂର୍ବରୁ ର୍ମୁ ଷ୍ଟେଜରେ ଗୀତ ଗାଇଥିଲେ ମଧ୍ୟ ଏହା ବହୁତ ବର୍ଷ ପୁରୁଣା। ରିପୋର୍ଟ ଅନୁଯାୟୀ ପ୍ରଥମେ ରାନୁ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ‘ଇକ୍‌ ପ୍ୟାର କା ନଗ୍‌ମା ହେ’ ଗୀତ ବୋଲି ସୋସିଆଲ ମିଡିଆରେ ଷ୍ଟାର ହୋଇଥିଲେ।

https://www.instagram.com/tv/B2RfmzwHyXn/?utm_source=ig_web_copy_link