Below header

ପିପିଲି କଣାସରେ ପଶିଲା ମହାନଦୀ ପାଣି, ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି

ପିପିଲି(କେନ୍ୟୁଜ୍): ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥତି। ପାଣି ଘେରରେ ପିପିଲି, ଖୋର୍ଦ୍ଧା ଓ ବାଙ୍କୀ। ଦୟାନଦୀରେ ଜଳସ୍ତର ବଢିବା ଯୋଗୁଁ ପିପିଲିର ବିଭିନ୍ନ ଗାଁରେ ବନ୍ୟାଜଳ ପଶିଛି। ଫଳରେ ଜଳବନ୍ଦୀ ଜୀବନ ବିତାଉଛନ୍ତି କମାସ ବ୍ଲକର ୫ଟି ପଞ୍ଚାୟତର ଲୋକ। ଯୁଆଡେ ଚାହିଁ ଖାଲି ପାଣି ଆଉ ପାଣି। ଗାଁ ଦାଣ୍ଡରେ ପ୍ରବାହିତ ହେଉଛି ଆଣ୍ଠୁଏ ଉଚ୍ଚର ପାଣି। ରୋଷେଇ କରିବା ତ ଦୂରର କଥା ବସିବା ପାଇଁ ମଧ୍ୟ ଜାଗାନାହିଁ। ଚୁଲି ଭିତରେ ପାଣି ପଶିଯାଇଛି। ଫଳରେ ଲୋକମାନେ ଭୋକ ଉପାସରେ ପିଲାଛୁଆ ଧରି ପଡିରହିଛନ୍ତି ପ୍ରାୟ ୧୦୦ଟି ପରିବାର।  ବନ୍ୟା ପାଣି ଆସି ଏକର ଏକର ଚାଷ ଜମିକୁ ମଧ୍ୟ ଜଳମଗ୍ନ କରିଛି। ସେପଟେ ଏପର୍ଯ୍ୟନ୍ତ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚନଥିବା ଅଭିଯୋଗ ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.