ଭୋଟ୍ ଗ୍ରହଣ ଚାଲିଥିବା ବେଳେ ପୋଲିଂ ବୁଥ୍ ନିକଟରେ ନକ୍ସଲ ବିସ୍ଫୋରଣ

ଗଡ଼ଚିରୋଲି (ମହାରାଷ୍ଟ୍ର) : ନିର୍ବାଚନ ବେଳେ ପୋଲିଂ ବୁଥ୍ ନିକଟରେ ବିସ୍ଫୋରଣ । ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲା ଅନ୍ତର୍ଗତ ଇଟାପାଲୀ ଠାରେ ଆଜି ଭୋଟ୍ ଗ୍ରହଣ ଚାଲିଥିବା ବେଳେ ନକ୍ସଲମାନେ ବିସ୍ଫୋରଣ କରିଥିଲେ । ତେବେ ଏଥିରେ କେହି ଆହତ ହୋଇ ନାହାନ୍ତି । ପୋଲିସ୍ ସାରା ଅଞ୍ଚଳକୁ ନିଜ କବଜାକୁ ନେବା ପରେ ପୁଣି ସେଠାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।