ଇତିହାସରେ ପ୍ରଥମ ! ଏଆଇ ସାହାଯ୍ୟରେ ଫେସବୁକ କରିବାକୁ ଯାଉଛି ସାରା ବିଶ୍ବର ଜନଗଣନା

ନୂଆଦିଲ୍ଲୀ : ସୋସିଆଲ ମିଡିଆ ସାଇଟ ଫେସବୁକ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ)ର ସାହାଯ୍ୟରେ ମ୍ୟାପ ପ୍ରସ୍ତୁତ କରିବାକୁ ଯାଉଛି। କମ୍ପାନୀର କହିବାନୁଯାୟୀ, ମ୍ୟାପଟି ମୁଖ୍ୟ ଭାବେ ଆଫ୍ରିକାକୁ କଭର କରିବ ଏବଂ ପାଖାପାଖି ସଂପୂର୍ଣ୍ଣ ଦୁନିଆର ଜନସଂଖ୍ୟାକୁ ମ୍ୟାପିଂ କରିବ। ଏହା ପୂର୍ବରୁ ୨୦୧୬ ମସିହାରେ ଫେସବୁକ୍ ଦୁନିଆର ୨୨ ଦେଶ ପାଇଁ ଜନସଂଖ୍ୟା ମ୍ୟାପ ପ୍ରସ୍ତୁତି କରିଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ସ୍ବାସ୍ଥ୍ୟା ସଂଗଠନର ସହାୟତାକୁ ବଢ଼ାଇବା ବୋଲି କୁହାଯାଉଛି।

ଫେସବୁକ୍ ତରଫରୁ ଲେଖା ଯାଇଥିବା ଏକ ବ୍ଳକପୋଷ୍ଟରେ କୁହାଯାଇଛି, ମ୍ୟାପ ପ୍ରସ୍ତୁତ ହେବା ପରେ ଏହାକୁ ଜନକଲ୍ୟାଣ ସହ ଯୋଡି ହୋଇଥିବା ସଂସ୍ଥାଗୁଡିକ ଏହାର ବ୍ୟବହାର କରିପାରିବେ। ଏହା ଦ୍ବାରା କେଉଁ କ୍ଷେତ୍ରରେ କମ ବା ଅଧିକ ଜନସଧାରଣ ଅଛନ୍ତି ତାହା ଜଣାପଡିବ। ଯାହା ଦ୍ବାରା ଜନସଂଖ୍ୟା ହିସାବରେ ସେହି ଅଞ୍ଚଳରେ ଭଲ ସ୍ବାସ୍ଥ୍ୟା ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଯିବ।

Facebook

ଫେସବୁକ ର କହିବା ମୁତାବକ ” ପପୁଲେସନ ମ୍ୟାପିଂର ଏହି ତଥ୍ୟକୁ ଦାୟିତ୍ୱପୁର୍ଣ ଭାବରେ ଏବଂ ବିନା କୌଣସି ମୂଲ୍ୟରେ ଉପଲବ୍ଧ କରାଇବା ଦ୍ୱାରା ଏହା ଫେସବୁକ ଗବେଷଣା ପାଇଁ ବିଶେଷ ସହାୟକ ହେବ ଏବଂ ଫେସବୁକ ଦ୍ୱାରା ବନାଯାଉଥିବା ଅନେକ ଆପ୍ଲିକେସନ ପାଇଁ ମାର୍ଗଦର୍ଶନ କରିବ। ଏହା ବ୍ୟତୀତ ଏହି ରିସର୍ଚ୍ଚ ପାଇଁ ବ୍ୟବହାର କରାଯାଉଥିବା ସାଟେଲାଇଟ ଡାଟାରେ କୌଣସି ବ୍ୟକ୍ତିଗତ ତଥ୍ୟ ସାମିଲ ରହିବ ନାହିଁ । ତେବେ ଏହି ସାଟେଲାଇଟ ଜନଗଣନାରେ କୌଣସି ପ୍ରକାରର ବ୍ୟକ୍ତିଗତ ତଥ୍ୟର ବ୍ୟବହାର କରାଯିବ ନାହିଁ।