Below header

ନୂଆଦିଲ୍ଲୀ: CBI ହେଡକ୍ୱାର୍ଟରରେ ଲାଗିଲା ନିଆଁ, କ୍ଷୟକ୍ଷତିର ସୂଚନାକୁ ଅପେକ୍ଷା

ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ନୂଆଦିଲ୍ଲୀ ସ୍ଥିତ ଲୋଧି ରୋଡରେ ଥିବା ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଘଟିଛି ଅଗ୍ନିକାଣ୍ଡ। ନିଆଁ ଲିଭାରେ ନିୟୋଜିତ ହୋଇଛନ୍ତି ୫ଟି ଦମକଳ ଗାଡି। ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପାର୍କିଂ ଅଞ୍ଚଳରେ ଥିବା ଇଲେକ୍ଟ୍ରିକ ରୁମରେ ଏହି ନିଆଁ ଲାଗିଥିଲା। ଏବେ କୁଲିଂ କାମ ଚାଲିଛି ବୋଲି ସୂଚନା ରହିଛି।

ନିଆଁର ପ୍ରକୋପ ଏତେ ଥିଲା ଯେ, ଧୂଆଁରେ ଆଚ୍ଛାଦିତ ହୋଇପଡିଛି ସମଗ୍ର ଅଞ୍ଚଳ। ସୂଚନାଯୋଗ୍ୟ ଯେ, ସିବିଆଇ ମୁଖ୍ୟାଳୟରେ ସମସ୍ତ ଆବଶ୍ୟକୀୟ ଦଲିଲ ସବୁ ରହିଛି। ଏଭଳି ପରିସ୍ଥିତିରେ ଏହି ଅଗ୍ନିକାଣ୍ଡର କ’ଣ କ୍ଷୟକ୍ଷତି ହୋଇଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.