କରଞ୍ଜିଆ : ଗାଁ ପାଖରେ ବୁଲୁଛନ୍ତି ୧୮ ହାତୀ, ଭୟ ରହିଛି ତଥାପି ଦେଖିବାକୁ ଲୋକଙ୍କ ଭିଡ଼

କରଞ୍ଜିଆ (କେନ୍ଯୁଜ୍): କିଛି ଦିନ ନିରବତା ପରେ ପୁଣି କରଞ୍ଜିଆ ବନଖଣ୍ଡକୁ ବାହୁଡିଛନ୍ତି ୧୮ ଟିକିଆ ହାତୀପଲ । ଗତକାଲି ବିଳମ୍ବିତ ରାତିରେ ବୈତରଣୀ ନଦୀ ପାର ହୋଇ କେନ୍ଦୁଝର ପଡ଼ୋଶୀ ଜିଲ୍ଲା କେନ୍ଦୁଝର ପଟୁ ଆସିଛନ୍ତି । ପ୍ରଥମେ ଏମାନେ ଆଦିପୁର, ସିଲିମାପୋଶି, ପନିଷି ଗାଁ ପରେ ପାର୍ବତୀପୁର ଗାଁରେ ପହଁଚିଥିଲେ । ଗାଁ ନିକଟରେ ଥିବା ଜଙ୍ଗଲରେ ଏବେ ହାତୀପଲ ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଦିନ ତମାମ ଜଙ୍ଗଲରେ ରହିଥାଆନ୍ତି ଏହି ହାତୀପଲ । ହାତୀପଲ ଦେଖିବାକୁ ବିଭିନ୍ନ ସ୍ଥାନରୁ ଲେକମାନଙ୍କ ସୁଅ ଛୁଟିଛି ଏହି ସ୍ଥାନକୁ । କିଛି ମାସ ବ୍ଯବଧାନ ପରେ ପୁଣି ହାତୀପଲ ଫେରିଥିବାରୁ କରଞ୍ଜିଆ ଉପଖଣ୍ଡର ଜନସାଧାରଣଙ୍କ ଚିନ୍ତା ବଢି ଯାଇଛି । କେବଳ ଫସଲ ନଷ୍ଟ ଛାଡିଦେଲେ ଅନ୍ୟ କୌଣସି କ୍ଷୟକ୍ଷତି ହେବାର ଏପର୍ଯ୍ୟନ୍ତ ସୂଚନା ମିଳିପାରି ନାହଁ । କରଞ୍ଜିଆ ଉପଖଣ୍ଡରେ ଏବେ ଏହା ମୁଖ୍ୟ ସମସ୍ୟା ଭାବରେ ଦେଖାଦେଲାଣି।

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ବର୍ଷରେ ଅନେକ ସମୟରେ ଝାରଖଣ୍ଡ ଓ କେନ୍ଦୁଝର ରୁ ହାତୀପଲ ଆସିଥାନ୍ତି। କେତେବେଳେ ଘର ନଷ୍ଟ କରୁଛନ୍ତି ତ ଆଉ କେତେ ବେଳେ ଜୀବନ ମଧ୍ୟ ଯାଉଛି । ହାତୀପଲ ଦିନ ବେଳେ ଜଙ୍ଗଲ ରେ ରହୁଥିବା ବେଳେ ସନ୍ଧ୍ୟା ସମୟରେ ଗାଁ ଅଭିମୁଖେ ଆସି ଅନେକ କ୍ଷୟକ୍ଷତି କରିଥାନ୍ତି । ହାତୀ ଯେଉଁ ସ୍ଥାନରେ ରହୁଛନ୍ତି ହାତୀର ସୁରକ୍ଷା ପାଇଁ ତା ଆଖ ପାଖ ଅଞ୍ଚଳରେ ବିଜୁଳି କାଟ କରାଯାଉଛି । ଏହି ହାତୀପଲ ପାଇଁ ଅନେକ ଗାଁ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଘର ସମ୍ମୁଖରେ ନିଆଁ ଜାଳି ଜଗୁଛନ୍ତି । ହାତୀପଲକୁ କେନ୍ଦୁଝର ପଟେ ଘଉଡାଇବା ପାଇଁ ଆଜି ବନବିଭାଗ ଉଦ୍ୟମ କରୁଥିବାର ସୂଚନା ମିଳିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.