ଆମେରିକାରେ ଆଉ କାହାକୁ ବି ମିଳିବନି ମୃତ୍ୟୁଦଣ୍ଡ, ରାଷ୍ଟ୍ରପତି ବାଇଡେନ୍ ଆରମ୍ଭ କଲେ ସଜ୍ଜା ଶେଷ କରିବା ପରମ୍ପରା

ଆମେରିକାରେ ଆଉ କାହାକୁ ମିଳିବନି ମୃତ୍ୟୁ ଦଣ୍ଡ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିଜ ଦେଶରେ କୌଣସି ଅପରାଧୀକୁ ମୃତ୍ୟୁଦଣ୍ଡ ଦେବା ନିୟମକୁ ଉଠାଇବାକୁ ଯୋଜନା କରୁଛନ୍ତି। ଏଭଳି ପଦକ୍ଷେପ ନେବା ପାଇଁ ବାଇଡେନ୍ ଗତବର୍ଷ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଘୋଷଣା କରିଥିଲେ। ଆମେରିକା ଇତିହାସରେ ମୃତ୍ୟୁଦଣ୍ଡକୁ ବିରୋଧ କରୁଥିବା ପ୍ରଥମ ରାଷ୍ଟ୍ରପତି ଭାବେ ବାଇଡେନ୍ ଏହି ଦଣ୍ଡର ନିୟମକୁ ହଟାଇବା ପାଇଁ ଆଇନତଃ ପରାମର୍ଶ ନେବା ମଧ୍ୟ ଆରମ୍ଭ କରିଛନ୍ତି।
ବାଇଡେନ୍ ପ୍ରଶାସନ ଅଧିକାରୀଙ୍କ କହିବାନୁସାରେ, ରାଷ୍ଟ୍ରପତିଙ୍କ ସାମ୍ନାରେ ଯଦି କୌଣସି ମୃତ୍ୟୁ ଦଣ୍ଡାଦେଶ ମିଳୁଥିବା ବ୍ୟକ୍ତି କ୍ଷମାପ୍ରାର୍ଥନା କରେ ତେବେ ସେ ସେଥିରେ ନିଷ୍ପତ୍ତି ଦେବା ପୂର୍ବରୁ ସମସ୍ତ ଆଇନତଃ ଦିଗ ବିଷୟରେ ଜାଣିବା ଦରକାର। ଯଦି ବାଇଡେନ୍ ଏଭଳି କରିବାରେ ସଫଳ ହେଉଛନ୍ତି ତେବେ ସଂଘୀୟ ସରକାର ତରଫରୁ ମହାମାରୀ ଭିତରେ ହିଁ ମୃତ୍ୟୁଦଣ୍ଡର ପରମ୍ପରାର ଅନ୍ତ ଘଟିବ।
ତେବେ ଏନେଇ ହ୍ଵାଇଟ୍ ହାଉସ୍ ପକ୍ଷରୁ ସାର୍ବଜନୀନ ଭାବେ କିଛି ସୂଚନା ଦିଆଯାଇନାହିଁ। ଶୁକ୍ରବାର ଏନେଇ ହ୍ଵାଇଟ୍ ହାଉସ୍ର ପ୍ରେସ ସଚିବ ଜୈନ୍ ପାସ୍କିଙ୍କୁ ପଚାରିବାରୁ ଏହି ବିଷୟରେ ଏବେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି।