ଗରମରେ ଆରାମ ପାଇବାକୁ କୋଲ୍ଡ ଡ୍ରିଙ୍କସ୍‌ ପିଉଥିଲେ ସାବଧାନ୍‌, ନଚେତ୍‌ ସ୍ୱାସ୍ଥ୍ୟରେ ଦେଖାଯାଇପାରେ ଏହି ସମସ୍ୟା

ଚଳିତ ବର୍ଷ ଗରମ ଜଲଦି ପଡିଗଲାଣି। ଲୋକମାନେ ତ ଗରମରୁ ରକ୍ଷା ପାଇବା ପାଇଁ କୋଲ୍ଡ ଡ୍ରିଙ୍କ୍‌ ପିଇବା ଆରମ୍ଭ କରିଦେଲେଣି। କିନ୍ତୁ କଣ ଆପଣ ଜାଣନ୍ତି କୋଲ୍ଡ ଡ୍ରିଙ୍କସ୍‌ ଅଧିକ ପିଇବା ଦ୍ୱାରା ଶରୀରରେ କ୍ଷତି ପହଁଚିଥାଏ। ଏହାକୁ ପିଇବା ଦ୍ୱାରା ଏସିଡିଟୀ ଏବଂ ଅଲସର୍‌ ଭଳି ସମସ୍ୟା ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହାକୁ ଅଧିକ ମାତ୍ରାରେ ପିଇବା ଦ୍ୱାରା କଣ କଣ ସବୁ କ୍ଷତି ଘଟିଥାଏ।

ଥଣ୍ଡାରେ ବା କୋଲ୍ଡ ଡ୍ରିଙ୍କ୍ସରେ ବହୁତ କେମିକାଲ ମିଶିଥାଏ। ଆଉ ଏହି କେମିକାଲ ପେଟରେ ଗରମ ଉତ୍ପନ୍ନ କରିଥାଏ। ଏହାଦ୍ୱାରା ଏସିଡିଟୀ ଏବଂ ଅଲସର ଭଳି ସମସ୍ୟା ବହୁତ ବଢ଼ି ଯାଇଥାଏ।

କୋଲ୍ଡ ଡ୍ରିଙ୍କସରେ ବହୁତ ମାତ୍ରାରେ ସୁଗାର ରହିଥାଏ। ଏଥିରେ କ୍ୟାଲୋରୀ ମଧ୍ୟ ଅଧିକ ଥାଏ। ତେଣୁ ଏହାକୁ ଅଧିକ ପିଇବା ଦ୍ୱାରା ଡାଇବେଟିସର ଭୟ ମଧ୍ୟ ଅଧିକ ବଢ଼ିଯାଏ।

କୋଲ୍ଡ ଡ୍ରିଙ୍କସରେ ଫୋସଫରସ୍‌ ଏସିଡ୍‌ ରହିଥାଏ। ଯାହା ହାଡ ଏବଂ ଗଣ୍ଠିରେ କ୍ୟାଲସିୟମକୁ ସୁଖାଇ ଦେଇଥାଏ। ଏହାଦ୍ୱାରା ହାଡ ଦୁର୍ବଳ ହୋଇଯାଏ।

କୋଲ୍ଡ ଡ୍ରିଙ୍କ୍ସରେ ଫ୍ରୁକ୍ଟୋଜ୍‌ ବହୁତ ମାତ୍ରାରେ ରହିଥାଏ। ଯାହା ସହଜରେ ଫ୍ୟାଟରେ ପରିବର୍ତ୍ତନ ହୋଇଯାଏ। ଯାହା ଆପଣଙ୍କ ଲିଭର ଉପରେ ଖରାପ ପ୍ରଭାବ ପକାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.