Below header

ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ‘ଗଭର୍ଣ୍ଣର ଅଫ ଦ ଇୟର’ ବିବେଚିତ

ବିଶ୍ୱ ଦରବାଦରରେ ସମ୍ମାନିତ ହେଲେ ଓଡ଼ିଆ ପୁଅ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଲଣ୍ଡନରେ ସେଣ୍ଟ୍ରାଲ୍‌ ବ୍ୟାଙ୍କିଂ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି ଗଭର୍ଣ୍ଣର ଅଫ୍‌ ଦ ଇୟର ପୁରସ୍କାର । ସେଣ୍ଟ୍ରାଲ ବ୍ୟାଙ୍କିଂ ଆଓ୍ଵାର୍ଡ ୨୦୨୩ରେ ତାଙ୍କୁ ଏହି ସମ୍ମାନ ମିଳିଛି ।

ନୂଆଦିଲ୍ଲୀ : ବିଶ୍ୱ ଦରବାଦରରେ ସମ୍ମାନିତ ହେଲେ ଓଡ଼ିଆ ପୁଅ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଲଣ୍ଡନରେ ସେଣ୍ଟ୍ରାଲ୍‌ ବ୍ୟାଙ୍କିଂ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି ଗଭର୍ଣ୍ଣର ଅଫ୍‌ ଦ ଇୟର ପୁରସ୍କାର । ସେଣ୍ଟ୍ରାଲ ବ୍ୟାଙ୍କିଂ ଆଓ୍ଵାର୍ଡ ୨୦୨୩ରେ ତାଙ୍କୁ ଏହି ସମ୍ମାନ ମିଳିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବରେ ଦାୟିତ୍ୱ ତୁଲାଉଛନ୍ତି ଶକ୍ତିକାନ୍ତ ଦାସ । କୋଭିଡ୍‌ ଭଳି ସଂକଟ ବେଳେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଓ ସଫଳତାର ସହ ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାକୁ ପରିଚାଳନା କରିବାରେ ତାଙ୍କ ଭୂମିକା ପାଇଁ ସେଣ୍ଟ୍ରାଲ୍‌ ବ୍ୟାଙ୍କିଂ ପକ୍ଷରୁ ସମ୍ମାନଜନକ ଗଭର୍ଣ୍ଣର ଅଫ୍‌ ଦ ଇୟର ପୁରସ୍କାର ପ୍ରଦାନ କାରଯାଇଛି ।

୧୯୮୦ମସିହାରେ ଶକ୍ତିକାନ୍ତ ତାମିଲନାଡୁ କ୍ୟାଡ଼ରରୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ଭାବରେ କାର୍ଯ୍ୟ କରି ସେ ୨୦୧୭ ମେ ୨୮ତାରିଖରେ ସେବାନିବୃତ ହୋଇଥିଲେ । ଅବସରପରେ, ଭାରତ ସରକାର ତାଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ସଚିବ ଭାବରେ ନିଯୁକ୍ତି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.