ସୁଶାନ୍ତଙ୍କ ୩ୟ ଶ୍ରାଦ୍ଧବାର୍ଷିକୀରେ ଇମୋସନାଲ ଭିଡିଓ ପୋଷ୍ଟ କଲେ ରିୟା ଚକ୍ରବର୍ତ୍ତୀ

ସୁଶାନ୍ତଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀରେ ମନେ ପକାଇଲେ ରିୟା ଚକ୍ରବର୍ତ୍ତୀ। ଇମୋସନାଲ ଭିଡିଓ ପୋଷ୍ଟ କରି କହିଛନ୍ତି ‘କାସ୍‌ ତୁମ୍‌ ହୋତେ’….।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୩ ବର୍ଷ ପୂରିଗଲାଣି । ୨୦୨୩ ଜୁନ୍‌ ୧୪ ରେ ମୁମ୍ବାଇ ସ୍ଥିତ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ତେବେ ସୁଶାନ୍ତ ଶ୍ରାଦ୍ଧବାର୍ଷିକୀରେ ଇମୋସନାଲ ହୋଇଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତଙ୍କ ଶ୍ରାଦ୍ଧବାର୍ଷିକୀରେ ରିୟା ନିଜ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କ ସହିତ ଏକ ଅନସିନ ଭିଡିଓ ସେୟାର କରି ମନେ ପକାଇଛନ୍ତି ।

ରିୟା ସେୟାର କରିଥିବା ଭିଡିଓରେ ସୁଶାନ୍ତଙ୍କ ସହିତ ରୋମାଣ୍ଟିକ  ମୁହୂର୍ତ୍ତ ବିତାଉଥିବାର ଦେଖିବାକୁ ମିଳିଛି । ରିୟା ଏବଂ ସୁଶାନ୍ତ ଏକ ପଥର ଉପରେ ବସିଥିବାର ନଜର ଆସିଛନ୍ତି । ଦୁହେଁ କୌଣସି ଅଜଣା ଜାଗାରେ ରୋମାଣ୍ଟିକ ମୁହୂର୍ତ୍ତ ବିତାଉଛନ୍ତି । ରିୟା ଏହି ଭିଡିଓରେ ପିଙ୍କ ପ୍ଲାଇଡର ଗୀତ ସେୟାର କରିଛନ୍ତି । ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ରିୟା ତାଙ୍କୁ ଡେଟ୍‌ କରୁଥିଲେ ।

 

View this post on Instagram

 

A post shared by Rhea Chakraborty (@rhea_chakraborty)

ସୁଶାନ୍ତଙ୍କ ହତ୍ୟା ମାମଲାରେ ଜଡିତ ହୋଇ ରିୟା ଡ୍ରଗ୍ସ କାରବାର ଅଭିଯୋଗର ଗିରଫ ହୋଇଥିଲେ । ମୁମ୍ବାଇ ଜେଲରେ ୧ ମାସ ରହିବା ପରେ ଜାମିନରେ ଆସିଥିଲେ । ଏବେ ରିୟା ଏମଟିଭି ରୋଡିଜ ସିଜିନ ୧୯ରେ ନଜର ଆସୁଛନ୍ତି । ଶୋ’ରେ ରିୟା ଗ୍ୟାଙ୍ଗ ଲିଡର୍ସ ମଧ୍ୟରେ ରହିଛନ୍ତି । ରିୟାଙ୍କ ବ୍ୟତୀତ ନୂଆ ସିଜିନରେ ତିନି ଜଣ ଜଜ୍‌ ଭାବେ ପ୍ରିନ୍ସ ନରୁଲା, ଗୌତମ ଗୁଲାଟୀ ଏବଂ ସୋନୁ ସୁଦ ନଜର ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.