ଆନ୍ଧ୍ର ପ୍ରଦେଶରେ ମାଲ୍ବାହୀ ଗାଡ଼ି ଲାଇନ୍ଚ୍ୟୁତ, ଅନେକ ଟ୍ରେନ୍ ବାତିଲ
ଆନ୍ଧ୍ର ପ୍ରଦେଶରେ ବୁଧବାର ଏକ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ଯଦିଓ ଏଥିରେ କୌଣସି ଧନଜୀବନ ହାନି ହୋଇଥିବା ନେଇ ଖବର ନାହିଁ।

ଆନ୍ଧ୍ର ପ୍ରଦେଶରେ ବୁଧବାର ଏକ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ଯଦିଓ ଏଥିରେ କୌଣସି ଧନଜୀବନ ହାନି ହୋଇଥିବା ନେଇ ଖବର ନାହିଁ। ଦକ୍ଷିଣ-ମଧ୍ୟ ରେଲେଓ୍ଵର ସିପିଆରଓ କହିଛନ୍ତି ଯେ ଥଡି ଏବଂ ଅଙ୍କାପଲେ ମଧ୍ୟରେ ଆଜି ସକାଳେ ଏକ ମାଲ୍ବାହୀ ଗାଡ଼ି ରେଳଧାରଣାରୁ ଖସି ଯାଇଥିଲା।
ସିପିଆରଓ କହିଛନ୍ତି, ଦକ୍ଷିଣ-ମଧ୍ୟ ରେଲେଓ୍ଵର ଅଧିକାରୀମାନେ ମାଲ୍ବାହୀ ଗାଡ଼ି ଲାଇନଚ୍ୟୁତ ହୋଇଥିବା ସ୍ଥାନରେ ରେଳ ଟ୍ରାକ୍ ସଫା କରାଉଛନ୍ତି। ଏହି କାରଣରୁ ଅନେକ ଟ୍ରେନ୍ ବାତିଲ ହୋଇଛି ଏବଂ ଅନେକ ଗାଡ଼ିର ସମୟ ପରିବର୍ତ୍ତନ କରାଯାଇଛି।
ଦକ୍ଷିଣ-ମଧ୍ୟ ରେଲେଓ୍ଵ ମୁତାବକ, ଟ୍ରେନ୍ ସଂଖ୍ୟା ୧୨୮୦୫ ବିଶାଖାପାଟନମ୍-ଲିଙ୍ଗମ୍ପଲ୍ଲୀ, ୨୨୭୦୧ ବିଶାଖାପାଟନମ୍-ବିଜୟୱାଡା, ୨୨୭୦୨ ବିଜୟୱାଡା-ବିଶାଖାପାଟନମ୍ ଏବଂ ୧୭୨୪୦ ବିଶାଖାପାଟନମ୍-ଗୁଣ୍ଟୁର ବାତିଲ କରାଯାଇଛି।
ଏଥି ସହିତ ଗୁରୁବାର ଚାଲୁଥିବା ଦୁଇଟି ଟ୍ରେନ୍ ୧୨୮୦୬ ଲିଙ୍ଗମ୍ପଲ୍ଲୀ-ବିଶାଖାପାଟନମ୍ ଏବଂ ୧୭୨୩୯ ଗୁଣ୍ଟୁର-ବିଶାଖାପାଟନମ୍କୁ ମଧ୍ୟ ବାତିଲ କରାଯାଇଛି। ଏହା ସହିତ ବିଶାଖାପାଟନମରୁ ସିକନ୍ଦରାବାଦ ଯାଉଥିବା ଏକ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି।
Andhra Pradesh | A goods train derailed between Thadi and Ankapalle today morning. Officials of South Central Railway are clearing the railway track at the site of the goods train derailment: CPRO, South Central Railway pic.twitter.com/uFIniFok9A
— ANI (@ANI) June 14, 2023