Below header

ଶାହରୁଖଙ୍କ ଫ୍ୟାନ୍ସ କଲେ ନିଆରା ରେକର୍ଡ, ସଭିଏଁ ଦେଖି ହେଲେ ଚକିତ

ମୁମ୍ବାଇର ବାନ୍ଦ୍ରା ଉପକଣ୍ଠରେ ଥିବା ତାଙ୍କ ବାସଭବନ ବାହାରେ ପ୍ରାୟ ୩୦୦ ଜଣ ଉତ୍ସାହୀ ପ୍ରଶଂସକ ଏକାଠି ହୋଇଥିଲେ। ସେମାନେ ଏକା ସମୟରେ ନିଜର ଦୁଇ ବାହୁକୁ ପ୍ରଶସ୍ତ କରି ଶାହରୁଖଙ୍କ ସୁପରିଚିତ ରୋମାଣ୍ଟିକ୍‌ ଠାଣିରେ ଚାହିଁ ରହିଥିଲେ। ସେମାନଙ୍କର ଏପରି ନିଆରା ସମର୍ଥନ ପାଇଁ ହୃଦୟରୁ କୃତଜ୍ଞତା ବି ଜଣାଇଥିଲେ ବାଦଶାହା ।

ଶାହରୁଖ ଖାନ ବଲିଉଡରେ କିଙ୍ଗଖାନ୍‌ ଭାବେ ପରିଚିତ। ଶାହରୁଖ ବଲିଉଡରେ ୩୦ ବର୍ଷ ପୂରଣ କରିସାରିଲେଣି। ୩୦ ବର୍ଷର ଫିଲ୍ମ କ୍ୟାରିଅର ଭିତରେ କେତେବେଳେ ଶାହରୁଖ ବାଦଶାହ ହୋଇଗଲେ ତାହା ଜଣାପଡିନଥିଲା। ନିଜର ଫିଲ୍ମ କ୍ୟାରିଅରରେ ଶାହରୁଖ ଇଣ୍ଡଷ୍ଟ୍ରୀକୁ ଅନେକ ସୁପରହିଟ୍‌ ଫିଲ୍ମ ମଧ୍ୟ ଦେଇଛନ୍ତି।

ତେବେ ବଲିଉଡ୍‌ର ଏହି ମେଗାଷ୍ଟାର ଶାହରୁଖ ଖାନ୍ ଙ୍କ ଲୋକପ୍ରିୟତା ବାବଦରେ କିଏ ବା ନଜାଣେ । ପ୍ରତିଦିନ ତାଙ୍କର ଗୋଟେ ଝଲକ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ ଜମେ ।  ତେବେ ଏହାକୁ ନେଇ ପୁଣି ଏକ ନଜାରା ଦେଖିବାକୁ ମିଳିଛି । ଗତ ଶନିବାର ତାଙ୍କ ପ୍ରଶଂସକମାନେ ତାଙ୍କ ବାସଭବନ ମନ୍ନତକୁ ଆସି ଏକ ନିଆରା ରେକର୍ଡ ସୃଷ୍ଟି କରିଥିଲେ । ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ସୂଚନା ମୁତାବକ,  ଆସନ୍ତା ୧୮ ତାରିଖରେ ଶାହରୁଖଙ୍କ ସବୁଠାରୁ ସଫଳ ଫିଲ୍ମ ପଠାନର ଟିଭି ପ୍ରିମିଅର୍‌ ହେବାକୁ ଯାଉଛି ।

ଏହା ପୂର୍ବରୁ ଏକ ଅଭିନବ ରେକର୍ଡ ସ୍ଥାପନ କରିବା ଲକ୍ଷ୍ୟରେ ମୁମ୍ବାଇର ବାନ୍ଦ୍ରା ଉପକଣ୍ଠରେ ଥିବା ତାଙ୍କ ବାସଭବନ ବାହାରେ ପ୍ରାୟ ୩୦୦ ଜଣ ଉତ୍ସାହୀ ପ୍ରଶଂସକ ଏକାଠି ହୋଇଥିଲେ । ସେମାନେ ଏକା ସମୟରେ ନିଜର ଦୁଇ ବାହୁକୁ ପ୍ରଶସ୍ତ କରି ଶାହରୁଖଙ୍କ ସୁପରିଚିତ ରୋମାଣ୍ଟିକ୍‌ ଠାଣିରେ ଚାହିଁ ରହିଥିଲେ । ତେବେ ଶାହରୁଖଙ୍କର ଆକ୍ସନ ବାରି ହୋଇପଡୁଥିବା ସେହି ଠାଣିକୁ ଏକକାଳୀନ ଏତେ ସଂଖ୍ୟକ ପ୍ରଶଂସକ ନକଲ କରିବା ଏକ ଗିନିଜ ରେକର୍ଡ ସୃଷ୍ଟି କରିଥିଲା ।

ଏହି ସମୟରେ ଶାହରୁଖ ମଧ୍ୟ ନିଜ ବାଲକୋନିରେ ଠିଆ ହୋଇ ପ୍ରଶଂସକଙ୍କ ସହିତ ତାଳରେ ତାଳ ଦେଇ ସେମାନଙ୍କୁ ସ୍ଵାଗତ କରିଥିଲେ । ସେମାନଙ୍କର ଏପରି ନିଆରା ସମର୍ଥନ ପାଇଁ ହୃଦୟରୁ କୃତଜ୍ଞତା ବି ଜଣାଇଥିଲେ ବାଦଶାହା ।

ଏପଟେ ମିଳିଥିବା ଖବର ଅନୁଯାୟୀ, ଦୀର୍ଘ ଚାରି ବର୍ଷର ବ୍ୟବଧାନ ପରେ ପଠାନ୍‌ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପୁଣି ଥରେ ଦେଖା ଦେଇଥିବା ଶାହରୁଖଙ୍କ ଏହି ସିନେମା ସଫଳତାର ସବୁ ପାହାଚ ଅତିକ୍ରମ କରିଥିଲା । ବିଶ୍ୱ ସ୍ତରରେ ଏହା ୧,୦୬୪ କୋଟି ଟଙ୍କାର ବ୍ୟବସାୟ କରି ଚଳିତ ବର୍ଷର ସବୁଠୁ ସଫଳ ହିନ୍ଦୀ ଫିଲ୍ମର ମାନ୍ୟତା ହାସଲ କରିଛି । ତେବେ ମନ୍ନତ ଆଗରେ ସମର୍ଥକମାନଙ୍କ ଏହି ବିରଳ ରେକର୍ଡ କରିବା କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଶାହାରୁଖଙ୍କ ଅପାର ଲୋକପ୍ରିୟତା ଥିବାର ପ୍ରମାଣ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.