ଜୁଲାଇ ୧୧ରୁ ଭାରତ ତଥା ବିଶ୍ବ ବଜାରରେ ଲଞ୍ଚ କରିବ Nothing Phone2, ରହିଛି Nothing Phone1 ଫିଚର

ଜୁଲାଇ ୧୧ରୁ ଭାରତ ତଥା ବିଶ୍ବ  ବଜାରରେ ଲଞ୍ଚ କରିବ Nothing Phone2 । ଏହାର ଡିଜାଇନ Nothing Phone1ର ଡିଜାଇନ ସହ ପାଖାପାଖି ସମାନ ରହିବ । ଏହି ଫୋନରେ ରହିଛି Qualcomm Snapdragoan 8+ Gen 1 ଚିପସେଟ । ଏହାସହ ଏଥିରେ Android 13 ଅପରେଟିଂ ସିଷ୍ଟମ ବ୍ୟବହାର ହୋଇଛି ।

କେନ୍ୟୁଜ୍(ବ୍ୟୁରୋ): ଜୁଲାଇ ୧୧ରୁ ଭାରତ ତଥା ବିଶ୍ବ  ବଜାରରେ ଲଞ୍ଚ କରିବ Nothing Phone2 । କମ୍ପାନୀ ପକ୍ଷରୁ ଲଞ୍ଚ ତାରିଖକୁ ସ୍ପଷ୍ଟ କରାଯାଇଛି । ଯାହାକୁ Nothing ଗ୍ରାହକ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଏହିଫୋନରେ କଣ ସବୁ ଫିଚର ରହିଛି ।

ଏହାର ଡିଜାଇନ Nothing Phone1ର ଡିଜାଇନ ସହ ପାଖାପାଖି ସମାନ ରହିବ ବୋଲି ଆଶା କରାଯାଉଛି । ଏହାସହ ଏଥିରେ ଅଧିକ କଷ୍ଟମାଇଜେସନ ଅପସନ ରହିବ । ଏହାସହ ଏହି ଫୋନରେ ବେଟର ସପ୍ଟୱେର ଏକ୍ସପ୍ରିଏନ୍ସ ପାଇପାରିବେ ୟୁଜର । ଏହାର ରିଅରରେ Nothing Phone1 ଭଳି ଏଲଇଡି ଡିଜାଇନ ଦେଖିବାକୁ ମିଳିବ । ଏହାର ଆଲୁମିନିୟମ ଫ୍ରେମ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏହି ଫୋନରେ ରହିଛି Qualcomm Snapdragoan 8+ Gen 1 ଚିପସେଟ । ଏଥିରେ Adreno 642L ଗ୍ରାଫିକ୍ସ କାର୍ଡ ବ୍ୟବାହାର ହୋଇଛି । ଏହାସହ ଏଥିରେ Android 13 ଅପରେଟିଂ ସିଷ୍ଟମ ବ୍ୟବହାର ହୋଇଛି । ଏହାସହ ଏହି ଫୋନରେ LPDDR5 8ଜିବି RAM ସହ 128 ଜିବି ଷ୍ଟୋରେଜ କାପାସିଟି ରହିଛି ।

ଡିସପ୍ଲେ ଫିଚର ଉପରେ ନଜର ପକାଇଲେ ଏଥିରେ 6.7 ଇଞ୍ଚର ଓଏଲଇଡି ଡିସପ୍ଲେ ରହିଛି । ଏହାର ରିଫ୍ରେସ ରେଟ ରହିଛି 120Hz । ଏହସହ ଏଥିରେ HDR 10+ ର ସପୋର୍ଟ ରହିଛି । ଏହାର ସ୍କ୍ରିନ ଟୁ ବଡି ରେସିଓ ରହିଛି 85.84 ପରସେଣ୍ଟ । ସେହିପରି ଏହାର ରିଜୋଲୁସନ 10802400 ରହିଛି ।

 

କ୍ୟାମେରା ଫିଚର ଉପରେ ନଜର ପକାଇଲେ ଏଥିରେ ଡୁଆଲ କ୍ୟାମେରା ସେଟଅପ ଦେଖିବାକୁ ମିଳିବ । ଏଥିରେ 50 ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା ଓ ଅଲଟ୍ରା ୱାଇଡ କ୍ୟାମେରା ଦେଖିବାକୁ ମିଳିବ । ଏହାସହ ଏଥିରେ ଡିଜିଟାଲ ଜୁମ୍, ଅଟୋଫ୍ଲାସ, ଫେସ ଡିଟେକ୍ଟସନ ଓ ଟଟଟୁ ଫକସ ଭଳି ଫିଚର ରହିବ । ଏହାସହ ଏଥିରେ OIS ର ସପୋର୍ଟ ମିଳିବ । ଏହାର ଫ୍ରଣ୍ଟରେ 16 ମେଗାପିକ୍ସେଲ କ୍ୟାମେରା ଦେଖିବାକୁ ମିଳିବ ।

ବ୍ୟାଟେରି କଥା ଦେଖିଲେ 4700 mAh ବ୍ୟାଟେରି ବ୍ୟାକଅପ ରହିଛି । ଏହାସହ ଏଥିରେ ୟୁଏସବି ଟାଇପସି ଚାର୍ଜିଂ ପୋର୍ଟ ପାଇପାରିବେ । ଏଥିରେ ୱାଇଫାଇ 6 ସହ ବ୍ଲୁତୁଥ୍ 5.2ର ସପୋର୍ଟ ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.