Below header

ଅପରେସନ କାବେରୀ : ତୃତୀୟ ବ୍ୟାଚରେ ସୁଦାନରୁ ଫେରିଲେ ୧୩୫ ଭାରତୀୟ

ଅପରେସନ କାବେରୀ ଜୋରଦାର। ତୃତୀୟ ବ୍ୟାଚରେ ୧୩୫ ଭାରତୀୟ ଭାରତ ପହଞ୍ଚିଛନ୍ତି । IAF C-13OJ ଏୟାରକ୍ରାପ୍ଟରେ ବିମାନବନ୍ଦରରେ ପହଞ୍ଚିଛି । ପୂର୍ବରୁ ଦ୍ୱିତୀୟ ବ୍ୟାଚରେ ୧୪୮ ଓ ପ୍ରଥମ ବ୍ୟାଚରେ ୨୭୮ ଭାରତୀୟ ସୁଦାନରୁ ଫେରିଥିଲେ ।

ନୂଆଦିଲ୍ଲୀ : ସୁଦାନରୁ ଫେରୁଛନ୍ତି ଭାରତୀୟ। ଅପରେସନ କାବେରୀ ଜୋରଦାର। ତୃତୀୟ ବ୍ୟାଚରେ ୧୩୫ ଭାରତୀୟ ଭାରତ ପହଞ୍ଚିଛନ୍ତି । IAF C-13OJ ଏୟାରକ୍ରାପ୍ଟରେ ବିମାନବନ୍ଦରରେ ପହଞ୍ଚିଛି । ପୂର୍ବରୁ ଦ୍ୱିତୀୟ ବ୍ୟାଚରେ ୧୪୮ ଓ ପ୍ରଥମ ବ୍ୟାଚରେ ୨୭୮ ଭାରତୀୟ ସୁଦାନରୁ ଫେରିଥିଲେ । ପ୍ରଥମ ବ୍ୟାଚରେ ଭାରତୀୟଙ୍କୁ ନେଇ ଆଇଏନଏସ ସୁମେଧାରେ ଜେଦାହ ଅଣାଯାଇଥିଲା । ସାଉଦିରେ ପହଞ୍ଚିବା ପରେ ସେଠାରୁ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଇଛି ।

ହିଂସା ଗ୍ରସ୍ତ ସୁଦାନରେ ୭୨ ଘଣ୍ଟିଆ ଅସ୍ତ୍ର ବିରତୀ ଘୋଷଣା କରିଛନ୍ତି ଆର୍ମୀ – ଆରଏସଏଫ । ଆମେରିକା ଓ ସାଉଦୀ ଆରବ ପକ୍ଷରୁ ମଧ୍ୟସ୍ଥତା ପରେ ଅସ୍ତ୍ର ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିକେନ ସୂଚନା ଦେଇଛନ୍ତି । ଏହା ମଧ୍ୟରେ ଫସିରହିଥିବା ବିଭିନ୍ନ ଦେଶର ନାଗରିକଙ୍କୁ ଉଦ୍ଧାର କରାଯିବ।

ସୁରକ୍ଷିତ ଭାବେ ଯୁଦ୍ଧ ଭୂମିରୁ ଫେରୁଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧର ଅପରେସନ କାବେରୀର ପୂରା ପ୍ରକ୍ରିୟାକୁ ଅନୁଧ୍ୟାନ କରୁଛନ୍ତି ।

ସୂଚନାଯୋଗ୍ୟ, ହିଂସା ଗ୍ରସ୍ତ ସୁଦାନରେ ୭୨ ଘଣ୍ଟିଆ ଅସ୍ତ୍ର ବିରତୀ ଘୋଷଣା କରିଛନ୍ତି ଆର୍ମୀ – ଆରଏସଏଫ । ଆମେରିକା ଓ ସାଉଦୀ ଆରବ ପକ୍ଷରୁ ମଧ୍ୟସ୍ଥତା ପରେ ଅସ୍ତ୍ର ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିକେନ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.