ଖରାଦିନିଆ ବାତ୍ୟା ଡର: ଆଜି ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟ ସଚିବ

୪ ବର୍ଷ ହେଲା ପ୍ରତି ବର୍ଷ ମେ’ରେ ଆସୁଛି ଝଡ଼। ଗତ ସପ୍ତାହରେ ଜିଲ୍ଳାସ୍ତରୀୟ ସମୀକ୍ଷା ବୈଠକ କରିଥିଲେ SRC । ଅସାନି, ୟସ, ଅମ୍ଫନ ଓ ଫନି ଆଦି ବାତ୍ୟା ମେ’ରେ ଆସିଥିଲା । ଏନେଇ ପୂର୍ବ ପ୍ରସ୍ତୁତି ପାଇଁ ଆଜି ସମୀକ୍ଷା କରିବେ ମୁଖ୍ୟ ସଚିବ।

ଭୁବନେଶ୍ୱର (କେନ୍ୟୁଜ): ଖରାଦିନିଆ ବାତ୍ୟା ମୁକାବିଲା ପ୍ରସ୍ତୁତି । ଆଜି ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟ ସଚିବ । ୪ ବର୍ଷ ହେଲା ପ୍ରତି ବର୍ଷ ମେ’ରେ ଆସୁଛି ଝଡ଼। ଗତ ସପ୍ତାହରେ ଜିଲ୍ଳାସ୍ତରୀୟ ସମୀକ୍ଷା ବୈଠକ କରିଥିଲେ SRC । ଅସାନି, ୟସ, ଅମ୍ଫନ ଓ ଫନି ଆଦି ବାତ୍ୟା ମେ’ରେ ଆସିଥିଲା । ଓଡ଼ିଶା ଓ ପଡୋଶୀ ରାଜ୍ୟରେ ଲାଣ୍ଡଫଲ କରିଥିଲା । ସାଧାରଣତଃ ମେ-ଜୁନ୍‌ ଓ ଅକ୍ଟୋବର-ଡିସେମ୍ବର ବାତ୍ୟା ମାସ। କିନ୍ତୁ ଗତ କିଛି ବର୍ଷ ହେବ ବଙ୍ଗୋପସାଗରରେ ଖରାଦିନିଆ ବାତ୍ୟା ସଂଖ୍ୟା ବଢିଛି। ୪ ବର୍ଷ ହେଲା ପ୍ରତି ବର୍ଷ ମେ ମାସରେ ଆସୁଛି ଝଡ଼।

ଗତ ବର୍ଷ ମେ ୭ରୁ ୧୧ ମଧ୍ୟରେ ଆସିଥିଲା ଅସାନି। ପବନର ବେଗ ଥିଲା, ୧୧୯ ପ୍ରତି ଘଣ୍ଟା। ଏହି ବାତ୍ୟା ଆନ୍ଧ୍ରପ୍ରଦେଶକୁ ହିଟ୍‌ କରିଥିଲା। ସେହିଭଳି ୨୦୨୧ରେ ମେ ୨୪ରୁ ମେ ୨୭ ମଧ୍ୟରେ ଦେଖାଇଥିଲା ପ୍ରକୋପ। ଘଣ୍ଟା ପ୍ରତି ପବନର ବେଗ ଥିଲା ୧୧୯ କି.ମି.। ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝିରେ ଏହା ହିଟ୍‌ କରିଥିଲା। ଏହି ଝଡ଼ର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡିଥିଲା। ୨୦୨୦ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଅମ୍ଫନ। ମେ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ରହିଥିଲା ବାତ୍ୟା। ଝଡ଼ର ତୀବ୍ରତା ୨୪୧ କିଲୋମିଟର ପ୍ରତି ଘଣ୍ଟା ରହିଥିଲା। ଏହି ଝଡ଼ ଓଡ଼ିଶା ପାଖ ଦେଇ ପଶ୍ଚିମବଙ୍ଗରେ ହିଟ୍‌ କରିଥିଲା। ୨୦୧୯, ଏପ୍ରିଲ ୨୫ରୁ ମେ ୪, ମଧ୍ୟରେ ତାଣ୍ଡବ ଦେଖାଇଥିଲା ଫନି। ପୁରୀରେ ସିଧା ହିଟ୍‌ କରିଥିଲା ବାତ୍ୟା । ଖୋର୍ଦ୍ଧା ଓ କଟକରେ ବଡ଼ ଧରଣର କ୍ଷତି କରିଥିଲା।