କରୋନା ମୁକାବିଲା ନେଇ ଏକାଠି ହେବେ ଦେଶର ବିରୋଧୀ ଦଳ ନେତା

କରୋନା ମୁକାବିଲା ନେଇ ଏକଜୁଟ ହେବେ ବିରୋଧୀ ଦଳ ନେତା । ସମଭାବାପନ୍ନ ବିରୋଧୀ ଦଳଙ୍କୁ ନେଇ କଂଗ୍ରେସ ଏହି ବୈଠକ କରୁଥିବା ନେଇ ସୂଚନା ମିଳିଛି । ଏହି ବୈଠକରେ ଦେଶ ବ୍ୟାପି ଜାରି ରହିଥିବା କୋଭିଡ-19 ପରିସ୍ଥିତି ଓ ଲକ୍ଡାଉନ୍ର ପ୍ରଭାବ ନେଇ ଆଲୋଚନା କରାଯିବ। ଏହା ସହ ବିଭିନ୍ନ ସ୍ଥାନରେ ଫସି ରହିଥିବା ଓ ନିଜ ନିଜ କାମ ଧନ୍ଦା ହରାଇଥିବା ଦାଦନ ଶ୍ରମିକଙ୍କ ସମସ୍ୟା ଓ ଶ୍ରମ ଆଇନ୍ରେ ପରିବର୍ତ୍ତନ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ।
ଆଜି ସଂଧ୍ୟାରେ ଭିଡିଓ କନ୍ଫରେନସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗଦେବେ ବୋଲି ଜଣାଯାଇଛି । ଏହାବାଦ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ୧୫ଟି ରାଜନୈତିକ ଦଳର ନେତା ସାମିଲ ହେବାର ସମ୍ଭାବନା ରହିଛି । ବାହାର ରାଜ୍ୟ ଶ୍ରମିକଙ୍କ ପରିଚାଳନା କ୍ଷେତ୍ରରେ କେନ୍ଦ୍ରର ଭୂମିକାକୁ ନେଇ ବିଭିନ୍ନ ଅଣ-ବିଜେପି ଶାସିତ ରାଜ୍ୟ ସରକାରମାନେ ସମାଲୋଚନା କରିଥିଲେ ।