ଘରୋଇ ବିମାନ ସେବା ଆରମ୍ଭ ନେଇ ସରକାର ଜାରି କଲେ ୭ ସ୍ଳାବ, ୨୦୦୦ଟଙ୍କାରୁ ଆରମ୍ଭ ହେବ ବୁକିଂ

ଲକଡାଉନ୍ ମଧ୍ଯରେ ବିମାନ ସେବା ଆରମ୍ଭ ନେଇ କେନ୍ଦ୍ର ସରକାର ସ୍ଲାବ ଜାରି କରିଛନ୍ତି। ଗତକାଲି ସରକାର ଘରୋଇ ବିମାନ ସେବା ପାଇଁ ଟିକେଟ୍କୁ ୭ଟି ସ୍ଲାବରେ ବାଣ୍ଟି ଦେଇଛନ୍ତି। ଏହି ଜରିଆରେ ବର୍ତ୍ତମାନ ୨୦୦୦ରୁ ୧୮,୬୦୦ଟଙ୍କା ମଧ୍ଯରେ କିଣିପାରିବେ। ସୂଚନା ମୁତାବକ ଗତ ମାର୍ଚ୍ଚ ମାସରୁ ବନ୍ଦ ହୋଇଥିବା ବିମାନ ସେବା ଆସନ୍ତା ସୋମବାର ଠାରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଗତକାଲି ନାଗରିକ ଉଡ୍ଡୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ ସାମ୍ବାସଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀ ଜରିଆରେ ମନ୍ତ୍ରୀ ହରଦୀପ ସିଂହ ପୁରୀ ଯାତ୍ରା ସମ୍ବନ୍ଧିତ ଏସଓପି ସମ୍ପର୍କରେ ସୂଚନା ଦେବା ସହ DGCA ୭ଟି ସ୍ଲାବବିଷୟରେ ବିଶେଷ ସୂଚନା ଦେଇଛନ୍ତି। ତେବେ ଜାଣନ୍ତୁ କେତେ ସମୟର ଯାତ୍ରା ପାଇଁ ଟିକେଟର ଦାମ କେତେ ରହିଛି।

bimana seba-୪୦ ମିନିଟରୁ କମ ସମୟ ଯାତ୍ରା ପାଇଁ- ୨୦୦୦ ରୁ ୬୦୦୦ ଟଙ୍କା

-୪୦ ମିନିଟରୁ ୬୦ ମିନିଟ ଯାତ୍ରା ପାଇଁ- ୨୫୦୦ ରୁ ୭୫୦୦ଟଙ୍କା

-୬୦ ମିନିଟରୁ ୯୦ ମିନିଟ ଯାତ୍ରା ପାଇଁ- ୩୦୦୦ ରୁ ୯୦୦୦ଟଙ୍କା

-୯୦ ମିନିଟରୁ ୧୨୦ ମିନିଟ ପାଇଁ- ୩୫୦୦ ରୁ ୧୦,୦୦୦ଟଙ୍କା

-୨ ଘଣ୍ଟାରୁ ୨.୫୦ ମିନିଟ୍ ଯାତ୍ରା ପାଇଁ- ୪୫୦୦ ରୁ ୧୩,୦୦୦ଟଙ୍କା

-୨.୫୦ ମିନିଟରୁ ୩ ଘଣ୍ଟାର ଯାତ୍ରା ପାଇଁ- ୫,୫୦୦ ରୁ ୧୫,୭୦୦ଟଙ୍କା

-ସେହିଭଳି ୩ ରୁ ୩.୦୫ ମିନିଟ୍ ଯାତ୍ରା ପାଇଁ- ୬୫୦୦ ରୁ ୧୮,୬୦୦ଟଙ୍କା

bimanaଏହାବତୀତ ୪୦% ସିଟ୍ ଅଧାରୁ କମ ଟଙ୍କାରେ ବୁକ୍ କରାଯିବ। ଯେପରି ରାସ୍ତାର ମୂଲ୍ଯ ୩୫୦୦ ରୁ ୧୦,୦୦୦ ଟଙ୍କା ହୋଇଥିବା ବେଳେ ୪୦ ପ୍ରତିଶତ ସିଟ୍ର ଦାମ ୬୭୦୦ଟଙ୍କା ହେବ।

ସେହିଭଳି ଦେଖିବାକୁ ଗଲେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ପାଇଁ ନୁନ୍ଯତମ ୩୫୦୦ ଟଙ୍କା ଏବଂ ଅଧିକତମ ୧୦ହଜାର ଟଙ୍କା ଲାଗିବ। କାରଣ ଦିଲ୍ଲୀ ଠାରୁ ବାଙ୍ଗାଲୁରୁ ପାଇଁ ୪୫୦୦ଟଙ୍କାରୁ ଆରମ୍ଭ କରି ୧୩ ହଜାର ଟଙ୍କା ହେବ। ଦିଲ୍ଲୀ ଠାରୁ କୋଏମ୍ବାଟୁର ଭଳି ରାସ୍ତା ପାଇଁ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ ହେବ, ଯେଉଁଥିପାଇଁ ୬୫୦୦ ଟଙ୍କାରୁ ଆରମ୍ଭ କରି ୧୮,୬୦୦ଟଙ୍କା ଲାଗିବ।
ଯାତ୍ରା ପାଇଁ ଜରୁରୀ ସୂଚନା

fightନାଗରିକ ଉଡ୍ଡୟନ ମନ୍ତ୍ରୀ କହିଛନ୍ତି, ବ୍ଯବହାରିକ ରୂପେ କ୍ବାରେଣ୍ଟାଇନର ପାଳନ କରାଯିବ। ବସ୍ ଏବଂ ଟ୍ରେନ ପାଇଁ ଷ୍ଟାଣ୍ଡାର୍ଡ ପ୍ରୋଟକଲ ସିଭିଲ ଏଭିଏସନ ମଧ୍ଯ ଲାଗୁ ହେବ। କରୋନ ପଜିଟିଭ କିମ୍ବା କୌଣସି ଲକ୍ଷଣ ଦେଖାଯାଉଥିବା ବ୍ଯକ୍ତିଙ୍କୁ ବିମାନରେ ଯାତ୍ରା କରିବା ପାଇଁ ଅନୁମତି ଦିଆଯିବ ନାହିଁ। ଏହାବ୍ଯତୀତ ପ୍ରତେଯକ ବିମାନ ଉଡାଣ ପରେ ଜୀବାଣୁ ନାଶ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.