ଆଜିଠୁ ରେଳ କାଉଣ୍ଟରରେ ମିଳିବ ରେଲେଓ୍ଵ ରିଜର୍ଭ ଟିକେଟ୍‌, ସାମାଜିକ ଦୂରତା ରଖି ଯାତ୍ରୀ କରିପାରିବେ ଟିକେଟ ବୁକିଂ

ଆଜିଠୁ ରେଳ କାଉଣ୍ଟରରେ ମିଳିବ ରେଲେଓ୍ଵ ରିଜର୍ଭ ଟିକେଟ୍‌ । କମନ ସର୍ଭିସ ସେଣ୍ଟରରେ ମଧ୍ୟ ରିଜର୍ଭ ଟିକେଟ୍‌ ମିଳିବ । ସାମାଜିକ ଦୂରତା ରଖି ଯାତ୍ରୀ ଟିକେଟ୍‌ କରିପାରିବେ । କେଉଁଠି କେତୋଟି କାଉଣ୍ଟର ଖୋଲିବ ସେନେଇ ଜୋନାଲ୍‌ ରେଲେଓ୍ଵ ନିଷ୍ପତ୍ତି ନେବେ । ସୂଚନା ଦେବା ଯୋଗ୍ୟକି ଆସନ୍ତା ମାସ ୧ ତାରିଖରୁ ଟ୍ରେନ ଚଳାଚଳ ଆରମ୍ଭ କରିବା ନେଇ ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଭିଡିଓ କନଫରେନସିଂ ଜରିଆରେ ସୂଚନା ଦେଇଥିଲେ । ଏହା ସହ କେତୋଟି ନିୟମ ପାଳନକୁ ମଧ୍ୟ ବାଧ୍ୟତା ମୂଳକ କରାଯାଇଛି । ଏଣିକି ଜେନେରାଲ ବଗିରେ ଯାତ୍ରା କରୁଥିଲେ ମଧ୍ୟ ଟିକେଟ କନଫର୍ମ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।

ଦୀର୍ଘ ଦୁଇ ମାସ ପାଖାପାଖିର ବ୍ୟବଧାନ ପରେ ଗତ କାଲି ଠାରୁ ସାଧାରଣ ଯାତ୍ରୀଙ୍କ ପାଇଁ ଅନଲାଇନରେ ଟ୍ରେନ୍ ଟିକେଟ ବୁକିଂ କରିପାରିବାର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଏହି ପ୍ରକ୍ରିୟାର ଆରମ୍ଭ କଲି ସକାଳ ୧୦ଟାରୁ ଆରମ୍ଭ ହୋଇଛି । ଏସି, ନନ୍‌-ଏସି ଓ ଜେନେରାଲ କ୍ଲାସ୍‌ ପାଇଁ ହେବ ରିଜର୍ଭେସନ୍‌ । ରିଜର୍ଭେସନ୍‌ ପାଇଁ ସର୍ବାଧିକ ୩୦ ଦିନ ସମୟ ରହିବ। ସୂଚନା ଥାଉକି, ଜୁନ ୧ ତାରିଖରୁ ଦେଶବ୍ୟାପୀ ଚଳାଚଳ କରିବ ପାଖାପାଖି ୨୦୦ ଯାତ୍ରୀବାହୀ ଟ୍ରେନ୍। ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ୨୦୦ଟି ଟ୍ରେନର ତାଲିକା ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.